ଚଳିତବର୍ଷ ଅମରନାଥ ଯାତ୍ରାକୁ ପ୍ରଶାସନ ବନ୍ଦ କରିଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ପୂର୍ବବର୍ଷ ମଧ୍ୟ ଅମରନାଥ ଯାତ୍ରା ବନ୍ଦ କରାଯାଇଥିଲା । ହେଲେ ଶ୍ରଦ୍ଧାଳୁ ଘରେ ବସି ଭଗବାନଙ୍କର ଦର୍ଶନ କରିପାରିବେ । ୨୮ ଜୁନ୍ ରୁ ଅନଲାଇନ ଦର୍ଶନ କରିପାରିବେ ଭକ୍ତ । ଏହାସହ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଖିଆଗରେ ରଖି ସକାଳେ ଓ ସନ୍ଧ୍ୟା ବେଳେ ଅମରନାଥଙ୍କ ଆଳତି ଲାଇଭ କରାଯିବାର ବ୍ୟବସ୍ଥା କରାଯିବ ।ଜାମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ, ଖୁବଶୀଘ୍ର ବାର୍ଷିକ ଅମରନାଥ ତୀର୍ଥଯାତ୍ରା ଆୟୋଜନ କରିବା ପାଇଁ କିଛି ଗୋଟେ ନିଷ୍ପତ୍ତି ନିଆଯିବ । ଆମ ପାଇଁ ଏବେ ଲୋକଙ୍କ ଜୀବନ ବଞ୍ଚାଇବା ବଡ କାମ । ହିମାଳୟରେ ୩,୮୮୦ ମିଟର ଉଚ୍ଚରେ ବିରାଟ ଗୁମ୍ଫା ମଧ୍ୟରେ ପୂଜାପାଉଛନ୍ତି ଅମରନାଥ । ଅମରନାଥ ଯାତ୍ରା ୨୮ ଜୁନରୁ ଆରମ୍ଭ ହୋଇ ଅଗଷ୍ଟ ୨୨ରେ ଶେଷ ହୁଏ ।

LEAVE A REPLY

Please enter your comment!
Please enter your name here