ରୂପ ବଦଳାଉଛି କରୋନା ଭାଇରସ । ଭାଇରସର ଆଉ ଏକ ନୂଆ ରୂପ ଭାରତରେ B.1.1.28..2 ନାମକ ଆଉ ଏକ ନୂଆ କରୋନା ଭାରିଆଣ୍ଟ ଠାବ କରାଯାଇଛି । ବ୍ରାଜିଲ ଓ ବ୍ରିଟେନରୁ ଆସିଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ଠାରେ ଏହି ଭାରିଆଣ୍ଟ ଦେଖିବାକୁ ମିଳିଛି । ଅନ୍ତର୍ଜାତୀୟ ଯାତ୍ରୀଙ୍କ ଟେଷ୍ଟ ପରେ ଏହି ଭାରିଆଣ୍ଟ ମିଳିଥିଲା । ଭାରିଆଣ୍ଟରେ ସାଂଘାତିକ ଲକ୍ଷଣ ଦେଖିବାକୁ ମିଳୁଛି । ଏହା ଡେଲ୍ଟା ଭାରିଆଣ୍ଟ ସହିତ ପ୍ରାୟତଃ ସମାନ । ଏହି ଭାରିଆଣ୍ଟରେ ସଙ୍କ୍ରମିତ ହେଲେ ରୋଗୀଙ୍କ ଓଜନ ୭ଦିନ ମଧ୍ୟରେ ହ୍ରାସ ପାଇବ । ସଙ୍କ୍ରମଣ ତୀବ୍ର ହେଲେ ରୋଗୀର ଫୁସଫୁସ ସଙ୍କ୍ରମିତ ହୋଇଥାଏ । ବୈଜ୍ଞାନିକମାନେ ଏହା ଉପରେ ପାଖାପାଖି ୭ଦିନ ପର୍ଯ୍ୟନ୍ତ ପରୀକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here