ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଅପରାହ୍ନ ୫ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଏନେଇ ପିଏମଓ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । କରୋନାର ଦ୍ୱିତୀୟ ଲହର ଏବେ ତଳମୁହାଁ ହେବାରେ ଲାଗିଛି ଏବଂ ଅନେକ ସ୍ଥାନରେ ଅନଲକ ବ୍ୟବସ୍ଥା ଆରମ୍ଭ ହୋଇଛି । ସେପଟେ ଦେଶରେ ଟିକାକରଣ ପ୍ରକ୍ରୀୟା ବି ଜୋରଦାର ହୋଇଛି । ତେଣୁ ଏ ସମ୍ପର୍କରେ ମୋଦି କିଛି ବଡ ଘୋଷଣା କରିପାରନ୍ତି । ମୁଖ୍ୟତଃ ଲକଡାଉନର ପରେ କଣ ନିୟମ ହେବ ଏବଂ ତୃତୀୟ ଲହର ପାଇଁ କିଭଳି ମୁକାବିଲା କରାହେବ । ଟିକାକରଣକୁ ଆହୁରି କେମିତି ତ୍ୱରାନିତ୍ୱ କରାଯିବ ଏନେଇ ପ୍ରଧାନମନ୍ତ୍ରୀ କିଛି ବକ୍ତବ୍ୟ ଦେବା ଅନୁମାନ କରାଯାଉଛି ।

LEAVE A REPLY

Please enter your comment!
Please enter your name here