କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରୁଥିବା ମୃତକଙ୍କ ପରିବାରକୁ ଚାରିଲକ୍ଷ ଟଙ୍କା ସହାୟତା ଦେବାକୁ ଅସମର୍ଥ ପ୍ରକାଶ କରିଛନ୍ତି କେନ୍ଦ୍ର ସରକାର । ସୁପ୍ରିମକୋର୍ଟଙ୍କୁ ଦେଇଥିବା ସତ୍ୟପାଠରେ କେନ୍ଦ୍ର ସରକାର ଦର୍ଶାଇଛନ୍ତି, କରୋନା ପରିସ୍ଥିତି ମୁକାବିଲା ସରକାର ପୂର୍ବରୁ ଅନେକ ପଦକ୍ଷେପ ନେଇସାରିଛନ୍ତି । ଅଭାବି ପରିବାରକୁ ସହାୟତା ଦେବା ପାଇଁ ବିଭିନ୍ନ ଯୋଜନା ଘୋଷଣା କରାଯାଇଛି । ଏବେ ସରକାର ଆର୍ଥିକ ସଂକଟ ଦେଇ ଗତି କରୁଥିବାରୁ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅସମର୍ଥ ।

ବିପର୍ଯ୍ୟୟ ପରିଚାଳନା ଆକ୍ଟ 2005, ସେକ୍ସନ 12 ଅନୁଯାୟୀ ମହାମାରୀରେ ମୃତ୍ୟୁବରଣ କରୁଥିବା ମୃତକଙ୍କ ପରିବାରକୁ ସରକାର ଆର୍ଥିକ ସହାୟତା ଚାରିଲକ୍ଷ ଟଙ୍କା ଦେବା କଥା । ଏଥିପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଥିଲେ । ସର୍ବୋଚ୍ଚ ଅଦାଲତ ଗତ ମେ 24 ତାରିଖରେ କେନ୍ଦ୍ର ସରକାରଙ୍କୁ ଏ ସଂପର୍କରେ ନୋଟିସ ପଠାଇଥିଲେ । ମାତ୍ର ଆର୍ଥିକ ସଂକଟ ଦୃଷ୍ଟିରୁ ସହାୟତା ଦେବା ସମ୍ଭବ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତଙ୍କୁ ସରକାର ଜଣାଇଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here