ନୂଆଦିଲ୍ଲୀ ସ୍ଥିିତ କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟ ସାମ୍ନାରେ ବେକାର ଯୁବକଙ୍କ ଅଭିନବ ପ୍ରତିବାଦ । ୭ଦିନ ହେଲା ମୁର୍ଗା ବନି ପ୍ରତିବାଦ କରିବା ସହ କଂଗ୍ରେସ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛନ୍ତି । କିନ୍ତୁ ଫଳ ଶୂନ । ଏହି ଯୁବକମାନେ ହେଲେ ରାଜସ୍ଥାନର କମ୍ପ୍ୟୁଟର ଡିଗ୍ରୀଧାରୀ ବେକାର ଯୁବକ । ୨୦୨୦-୨୧ ବର୍ଷ ପାଇଁ ରାଜସ୍ଥାନ ସରକାର କମ୍ପ୍ୟୁଟର ଶିକ୍ଷକଙ୍କୁ କ୍ୟାଡର ଭିତ୍ତିକ କରିବା ପାଇଁ ବଜେଟରେ ଘୋଷଣା କରିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଗେହେଲଟ ସରକାର କ୍ୟାଡର ଭିତ୍ତିକ ବଦଳରେ ଚୁକ୍ତି ଭିତ୍ତିକ ପଦବୀ ପୂରଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଭଳି ନିଷ୍ପତ୍ତିକୁ ନେଇ କମ୍ପ୍ୟୁଟର ଡିଗ୍ରୀଧାରୀ ବେକାର ଯୁବକମାନେ ନିରାଶ ହୋଇଥିଲେ । ନିଷ୍ପତ୍ତି ବଦଳାଇବା ପାଇଁ ସେମାନେ ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ସୁପ୍ରିମୋକୁ ଦାବି ପତ୍ର ଦେଇଛନ୍ତି । ପ୍ରଦର୍ଶନକାରୀଙ୍କ କହିବା କଥା, ଉତ୍ତରପ୍ରଦେଶରେ ଏଭଳି ଠିକା ନିଯୁକ୍ତିକୁ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ବିରୋଧ କରିଥିଲେ । ମାତ୍ର ରାଜସ୍ଥାନରେ କଂଗ୍ରେସ ସରକାର କିଭଳି ଓଲଟା ପଦକ୍ଷେପ ନେଉଛନ୍ତି ତାହା ସେମାନଙ୍କୁ ଚକିତ କରିଛି ।

LEAVE A REPLY

Please enter your comment!
Please enter your name here