ଭାରତର ଚେତାବନୀ ପରେ ନରମିଲା ବ୍ରିଟେନ । କୋଭିସିଲ୍ଡ ସାର୍ଟିଫିକେଟକୁ ବ୍ରିଟେନ ଦେଲା ଅନୁମୋଦନ । କୋଭିସିଲ୍ଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ବ୍ରିଟେନରେ ଆଉ କ୍ବାରେଣ୍ଟିନରେ ରହିବାକୁ ପଡିବନି । ତେବେ ବ୍ରିଟେନ ମୁଖପାତ୍ର କହିବା କଥା, କୋଭିସିଲ୍ଡରେ କିଛି ସମସ୍ୟା ନାହିଁ । ବରଂ ଟିକା ପାଇଁ ଭାରତ ସରକାର ଦେଉଥିବା ସାର୍ଟିଫିକେଟକୁ ନେଇ ପ୍ରଶ୍ନ ଉଠାଇଛି ବ୍ରିଟେନ । ଡବଲ ଡୋଜ୍ ଟିକା ନେବା ପରେ କୋଓ୍ବିନ ଆପ୍ ଦ୍ବାରା ମିଳୁଥିବା ସାର୍ଟିଫିକେଟର ବୈଧତା ଉପରେ ବ୍ରିଟେନ ପ୍ରଶ୍ନ ଉଠାଇଥିଲା । ତେବେ ଭାରତ ସରକାର ଦେଉଥିବା ସାର୍ଟିଫିକେଟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଦ୍ବାରା ସ୍ବୀକୃତ ହୋଇଥିବାରୁ ଏହା ସର୍ବତ୍ର ଗ୍ରହଣୀୟ ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅଧିକାରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here