ମାସକୁ ପାଞ୍ଚଲକ୍ଷ ଟଙ୍କା ଦରମା ପାଏ । କିନ୍ତୁ ଯେତିକି ଦରମା ପାଏ, ତାର ଅଧାରୁ ଅଧିକ ଟଙ୍କା ଟ୍ୟାକ୍ସ ବାବଦରେ ଦିଏ । ଏହା କହିଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ । ଗତ ସପ୍ତାହରେ ମହାମହିମ ରାଷ୍ଟ୍ରପତି ତିନିଦିନିଆ ଗସ୍ତରେ ଉତ୍ତରପ୍ରଦେଶ ସ୍ଥିତ ତାଙ୍କ ଗାଁ କୁ ଯାଇଥିଲେ । ଉତ୍ତରପ୍ରଦେଶର ଝିନଜକ ସହରରେ ସେ ଟ୍ରେନରୁ ଓହ୍ଲାଇବା ପରେ ସେଠାରେ ଆୟୋଜିତ ଅଭ୍ୟର୍ଥନା ସମାରୋହରେ ଯୋଗଦେଇ ରାଷ୍ଟ୍ରପତି କହିଥିଲେ, ସମସ୍ତେ ନିଜ ଆୟରୁ ଟିକସ ଦେବା ଦରକାର । ଟିକସ ଦେବା ଅର୍ଥ ନିଜ ଦେଶ ପାଇଁ କର୍ତ୍ତବ୍ୟ ସଂପାଦନ କରିବା । ସେ ପ୍ରତିମାସରେ ପାଞ୍ଚଲକ୍ଷ ଟଙ୍କା ପାଉଥିଲେ ହେଁ ପ୍ରତିମାସରେ 2 ଲକ୍ଷ 75 ହଜାର ଟଙ୍କା ଟିକସ ବାବଦରେ ପ୍ରଦାନ କରିଥାନ୍ତି ବୋଲି କହିଛନ୍ତି । ଟିକସ ଦେବା ଦ୍ବାରା ହିଁ ଦେଶର ବିକାଶ ସାଧନ ହୋଇଥାଏ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here