ସିବିଏସଇ ଦ୍ବାଦଶ ପରୀକ୍ଷାଫଳ ପ୍ରକାଶ ପାଇଲା । ପରୀକ୍ଷାରେ 99.37 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ପରୀକ୍ଷାରେ 99.13 ପ୍ରତିଶତ ଛାତ୍ର ଏବଂ 99.67 ପ୍ରତିଶତ ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । 70,004 ଛାତ୍ରଛାତ୍ରୀ 95 ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ମୋଟ 12 ଲକ୍ଷ 96 ହଜାର 318 ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । କରୋନା ପାଇଁ ଚଳିତ ବର୍ଷ ପରୀକ୍ଷା ବାତିଲ କରାଯାଇଥିଲା । ତେବେ ବିକଳ୍ପ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ମୂଲ୍ୟାୟନ କରାଯାଇଥିଲା । ସିବିଏସଇ ଓ୍ବେବସାଇଟରେ ରେଜଲ୍ଟ ଉପଲବ୍ଧ ।

LEAVE A REPLY

Please enter your comment!
Please enter your name here