କମ୍ବିଂ ଅପରେସନରେ ପୋଲିସକୁ ମିଳିଛି ବଡଧରଣର ସଫଳତା । ବିଶାଖାପଟନମ ନିକଟ କୋୟୁର ଜଙ୍ଗଲରେ କମ୍ବିଂ ଅପରେସନ ଚାଲିଥିବା ବେଳେ ନକ୍ସଲ ଓ ପୋଲିସ ମଧ୍ୟରେ ଭୟଙ୍କର ଗୁଳି ବିନିମୟ ହୋଇଛି । ଏଥିରେ 6 ଜଣ ନକ୍ସଲ ନିହତ ହୋଇଛନ୍ତି । ନିହତ ନକ୍ସଲଙ୍କ ନିକଟରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ବିଶାଖାପଟନମର ଏସ୍‌ପି ବି କ୍ରିଷ୍ଣା ରାଓ କହିଛନ୍ତି, ବିଶାଖାପଟନମ ଅନ୍ତର୍ଗତ କୋୟୁରୁ ଥୀଗାଲାମେଟ୍ଟା ଗାଁ ନିକଟରେ ନକ୍ସଲମାନେ ଥିବା ସୂଚନା ମିଳିବା ପରେ ସ୍ୱତନ୍ତ୍ର ମାଓବାଦୀ ନିରୋଧ ଫୋର୍ସ, ଗ୍ରେହାଉଣ୍ଡସ ଓ ସ୍ୱତନ୍ତ୍ର କମାଣ୍ଡୋଙ୍କ ପକ୍ଷରୁ ମିଳିତ ଅପରେସନ କରାଯାଇଥିଲା । ଏହି ଅପରେସନରେ ଅତିକମରେ 6 ଜଣ ନକ୍ସଲ ନିହତ ହୋଇଥିବା ବେଳେ ନକ୍ସଲଙ୍କ ମୃତାହତ ସଂଖ୍ୟା ବୃଦ୍ଧି ପାଇବ ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here