କରୋନା ଭ୍ୟାକ୍ସିନ ଦ୍ବିତୀୟ ଡୋଜ୍ ନେବା ପରେ ଜଣେ 71 ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଅଦ୍ଭୁତ ପରିବର୍ତ୍ତନ । ସାଧାରଣ ମଣିଷରୁ ସେ ଅସାଧାରଣ ମଣିଷରେ ପରିଣତ ହୋଇଛନ୍ତି । ତାଙ୍କ ଶରୀରରେ ଚୁମ୍ବକୀୟ ଗୁଣ ସୃଷ୍ଟି ହୋଇଛି । ଶରୀରରେ ଷ୍ଟିଲ୍ ଓ ଲୁହାର ଯେକୌଣସି ବସ୍ତୁ ଲଗାଇଲେ ତାହା ଲାଗି ରହୁଛି । ନାସିକରେ ରହୁଥିବା 71 ବର୍ଷୀୟ ଅରବିନ୍ଦ ଜଗନ୍ନାଥ ସୋନାକଙ୍କ କହିବା କଥା, ସେ କରୋନା ଭ୍ୟାକ୍ସିନର ଦ୍ବିତୀୟ ଡୋଜ୍ ନେବା ପରେ ତାଙ୍କ ଶରୀରରେ ଏଭଳି ଅସ୍ବାଭାବିକ ପରିବର୍ତ୍ତନ ହୋଇଥିବା ସେ ଅନୁଭବ କଲେ । ଲୁହା ଓ ଷ୍ଟିଲ ବସ୍ତୁକୁ ତାଙ୍କ ଶରୀର ଆକର୍ଷିତ କରୁଥିବା ଜାଣିବା ପରେ ତାଙ୍କ ମନରେ ଭୟ ସୃଷ୍ଟି ହୋଇଛି । ଏଭଳି ଘଟଣା ଜାଣିବା ପରେ ସେ ଭଲ ଭାବେ ଗାଧେଇ ପଡିଥିଲେ ହେଁ ଶରୀରର ଚୁମ୍ବକୀୟ ଗୁଣରେ କୌଣସି ପରିବର୍ତ୍ତନ ହୋଇନାହିଁ । ଅନ୍ୟପକ୍ଷରେ ଅରବିନ୍ଦଙ୍କ ଶରୀରରେ ଏଭଳି ପରିବର୍ତ୍ତନ ପଛରେ କରୋନା ଭ୍ୟାକ୍ସିନର କୌଣସି ପ୍ରଭାବ ନାହିଁ ବୋଲି କହିଛନ୍ତି । ଏଥିପାଇଁ ଡାକ୍ତରମାନେ ତାଙ୍କର ପରୀକ୍ଷାନିରୀକ୍ଷା କରୁଥିଲେ ହେଁ ଅରବିନ୍ଦ ଜଗନ୍ନାଥ ସୋନାକଙ୍କ ଶରୀର ଚୁମ୍ବକ ଭଳି ଷ୍ଟିଲ ଓ ଲୁହା ସାମଗ୍ରୀକୁ ଜାବୁଡି ଧରିବା ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here