ମୋଦିଙ୍କ ଟିମ୍‌ରେ ସାମିଲ ହୋଇଛନ୍ତି ଆଉ ୭ ମହିଳା ମନ୍ତ୍ରୀ। ଏମାନଙ୍କୁ ମିଶାଇ ମନ୍ତ୍ରିମଣ୍ଡଳରେ ମହିଳା ମନ୍ତ୍ରୀଙ୍କ ସଂଖ୍ୟା ୧୧ରେ ପହଞ୍ଚିଛି। ନୂଆକରି ଶପଥ ନେଇଥିବା ମହିଳା ମନ୍ତ୍ରୀମାନେ ହେଲେ- ଅନୁପ୍ରିୟା ସିଂ ପଟେଲ ତାଙ୍କୁ ବାଣିଜ୍ୟ ଓ ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ବିଭାଗ ମିଳିଥିବା ବେଳେ ଶୋଭା କରନ୍ଦାଲଜେଙ୍କୁ କୃଷି ଓ କୃଷକ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ, ଦର୍ଶନା ବିକ୍ରମ ଜରଦୋଷଙ୍କୁ ବୟନଶିଳ୍ପ ଓ ରେଳ ରାଷ୍ଟ୍ରମନ୍ତ୍ରୀ, ମିନାକ୍ଷୀ ଲେଖିଙ୍କୁ ବୈଦେଶିକ ବ୍ୟାପାର ଓ ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ, ଅନ୍ନପୂର୍ଣ୍ଣା ଦେବୀଙ୍କୁ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ, ପ୍ରତିମା ଭୌମିକଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ରାଷ୍ଟ୍ରମନ୍ତ୍ରୀ, ଭାରତୀ ପ୍ରବୀଣ ପାଓ୍ୱାରଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି।

LEAVE A REPLY

Please enter your comment!
Please enter your name here