ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ବିଶିଷ୍ଟ ବ୍ୟବସାୟୀ ରାଜକୁନ୍ଦ୍ରାଙ୍କୁ କୋର୍ଟ ଜେଲ୍ ପଠାଇଦେଇଛନ୍ତି । ଜାମିନ ନାମଞ୍ଜୁର ହେବା ପରେ କୁନ୍ଦ୍ରା ଜେଲ ଯାଇଛନ୍ତି । ତାଙ୍କ ସହଯୋଗୀ ରିଅନ ଥୋର୍ପେଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି । ଅଶ୍ଳୀଳ ସିନେମା ନିର୍ମାଣ କରିବା ଅଭିଯୋଗରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରିଥିଲା । କୁନ୍ଦ୍ରାଙ୍କ ପତ୍ନୀ ଶିଳ୍ପା ଓ ଅନ୍ୟ ସହଯୋଗୀମାନଙ୍କୁ ମଧ୍ୟ ତଦନ୍ତକାରୀ ଟିମ ଜେରା କରିଥିଲା । ଏପରିକି ତାଙ୍କ ଘରୁ ଏକ ଲାପଟପ ମଧ୍ୟ ଜବତ କରିଛି ପୋଲିସ । 14 ଦିନ ପାଇଁ ଜେଲ ହାଜତକୁ ଯାଇଛନ୍ତି କୁନ୍ଦା ଓ ତାଙ୍କ ଥୋର୍ପେ ।

LEAVE A REPLY

Please enter your comment!
Please enter your name here