ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟରେ ସ୍କୁଲ ଶିକ୍ଷା କ୍ଷେତ୍ରରେ ଐତିହାସିକ ନିଷ୍ପତ୍ତି ନିଆଯାଇଛି ।

ଦେଶରେ ସମଗ୍ର ଶିକ୍ଷା-2 ଯୋଜନାକୁ ମୋଦି କ୍ୟାବିନେଟର ମଞ୍ଜୁରୀ ମିଳିଛି । 2 ଲକ୍ଷ 94 ହଜାର କୋଟି ଟଙ୍କାର ସମଗ୍ର ଶିକ୍ଷା-2 ଯୋଜନା । ପ୍ରଥମ ଥର ପାଇଁ ଦେଶରେ 3 ବର୍ଷର ଶିଶୁଙ୍କ ପାଇଁ ପ୍ଲେ ସ୍କୁଲର ପରିକଳ୍ପନା କରାଯାଇଛି । ସରକାରୀ ସ୍କୁଲରେ ପ୍ରି-ପ୍ରାଇମେରୀ ବ୍ୟବସ୍ଥା ଆରମ୍ଭ କରାଯିବ । ଶିଶୁଙ୍କ ପ୍ରଥମିକ ଶିକ୍ଷାକୁ ସୁଦୃଢ କରିବା ପାଇଁ ଶିକ୍ଷକଙ୍କୁ ମଧ୍ୟ ପ୍ରଶିକ୍ଷଣ କରାଯିବ ।

ସ୍କୁଲରେ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ଅତିରିକ୍ତ ଗ୍ରାଣ୍ଟ ପ୍ରଦାନ କରାଯିବ । ସେହିପରି ପ୍ରଥମ ଥର ପାଇଁ ଶିଶୁଙ୍କ ସୁରକ୍ଷା ପାଇଁ ଭାରତ ସରକାର ଦାୟିତ୍ୱ ନେବେ ।

LEAVE A REPLY

Please enter your comment!
Please enter your name here