କମ ସନ୍ତାନ ଥିବା ପିତାମାତାଙ୍କ ପାଇଁ ବିଭିନ୍ନ ରାଜ୍ୟର ସରକାର ଘୋଷଣା କରୁଛନ୍ତି ପୁରସ୍କାର ରାଶି । ନିକଟରେ ଦୁଇଟି ସନ୍ତାନ ଥିବା ପରିବାର ପାଇଁ ପୋତ୍ସାହନ ଯୋଜନା ଘୋଷଣା କରଥିିଲେ ଆସାମ ସରକାର । କିନ୍ତୁ ମିଜୋରାମରେ ଭିନ୍ନ ଘୋଷଣା କରିଛନ୍ତି ଜଣେ ମନ୍ତ୍ରୀ । କହିଛନ୍ତି ତାଙ୍କ ନିର୍ବାଚନମଣ୍ଡଳୀରେ ସର୍ବାଧିକ ସନ୍ତାନ ଥିବା ପିତା ମାତାଙ୍କୁ ମିଳିବ ୧ ଲକ୍ଷ ଟଙ୍କାର ପୋତ୍ସାହନ ରାଶି । ମିଜୋ ସମ୍ପ୍ରଦାୟର ଜନସଂଖ୍ୟା ବୃଦ୍ଧିକୁ ପ୍ରୋତ୍ସାହନ ଦେବା ପାଇଁ ଏହି ଘୋଷଣା କରିଛନ୍ତି ରାଜ୍ୟ କ୍ରୀଡାମନ୍ତ୍ରୀ ରବର୍ଟ ରୋମାୱିଆ ରୋୟତେ । ନିଜ ଘୋଷଣାରେ ସେ ସର୍ବନିମ୍ନ ସନ୍ତାନଙ୍କ ସଂଖ୍ୟା ଉଲ୍ଲେଖ କରିନାହାଁନ୍ତି । ମିଜୋରାମ ମନ୍ତ୍ରୀଙ୍କର ଏହି ଘୋଷଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇ ବିଧାନସଭା ମଣ୍ଡଳୀରେ ସର୍ବାଧିକ ସନ୍ତାନ ଥିବା ମହିଳା କିମ୍ବା ପୁରୁଷଙ୍କୁ ଏହି ପ୍ରୋତ୍ସାହନ ପ୍ରଦାନ କରାଯିବ । ଏଥିସହିତ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏକ ପ୍ରମାଣପତ୍ର ସହ ଏକ ଟ୍ରଫି ମଧ୍ୟ ପ୍ରଦାନ କରାଯିବ । ପୁରସ୍କାର ରାଶି ରାଜ୍ୟପାଣ୍ଠିରୁ ପ୍ରଦାନ କରାଯିବ ନାହିଁ । ନିଜ ପୁଅର ଫାର୍ମରୁ ଦିଆଯିବ ଅର୍ଥ । ମିଜୋରାମରେ ମିଜୋ ଜନସଂଖ୍ୟା କ୍ରମାଗତ ଭାବରେ ହ୍ରାସ ପାଉଥିବାରୁ ଏହା ଚିନ୍ତା କାରଣ ହୋଇଛି ।

LEAVE A REPLY

Please enter your comment!
Please enter your name here