ଆପଣ ଏବେ ଯୁଆଡେ ବି ଯିବେ ସବୁଆଡେ ଦରକାର ପଡୁଛି କୋଭିଡ ଭ୍ୟାକ୍ସିନ ସାର୍ଟିଫିକେଟ । ଅଧିକାଂଶ ଲୋକେ ମୋବାଇଲରେ ସାର୍ଟିଫିକେଟ ରଖନଥାନ୍ତି । ଫଳରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି । କିଛି ଲୋକ କୋୱିନ ପୋର୍ଟାଲ ଆପ୍ ନଚେତ ଆରୋଗ୍ୟ ସେତୁ ଆପ୍ ରୁ ଭ୍ୟାକ୍ସିନ ସାର୍ଟିଫିକେଟ ଡାଉନଲୋଡ କରିଥାନ୍ତି । କୋଭିଡ ଭ୍ୟାକ୍ସିନ ସାର୍ଟିଫିକେଟ ବାହାର କରିବାର ତରିକା ଦୁଇ ପ୍ରକାର ଥିଲା । କିନ୍ତୁ ଏବେ ଆପଣ ହ୍ୱାଟସଆପରେ ଭ୍ୟାକ୍ସିନ ସାର୍ଟିଫିକେଟ ବାହାର କରିପାରିବେ । ଭାରତ ସରକାର ଏହି ସୁବିଧା ଏବେ ଆଣିଛନ୍ତି । ତେବେ କେମିତି ହ୍ୱାଟସଆପରେ ଡାଉନଲୋଡ କରିବେ ଭ୍ୟାକ୍ସିନ ସାର୍ଟିଫିକେଟ , ପଢନ୍ତୁ ।
ପ୍ରଥମେ MyGov କରୋନା ହେଲ୍ପଡେସ୍କ ହ୍ୱାଟସଆପ ନମ୍ବର ଆପଣଙ୍କ ସ୍ମାର୍ଟଫୋନରେ ସେଭ୍ କରି ରଖନ୍ତୁ । ନମ୍ବର ହେଉଛି ୯୦୧୩୧୫୧୫୧୫ । ନମ୍ବର ସେଭ୍ କରିବା ପରେ ହ୍ୱାଟସଆପ ଓପନ କରନ୍ତୁ । ଚାଟ୍ ଲିଷ୍ଟକୁ ଯାଇ କଣ୍ଟାକ୍ଟରେ ସର୍ଚ୍ଚ କରିବେ । ଆସିବା ପରେ ଚାଟକୁ ଓପନ କରି ଡାଉନଲୋଡ ସାର୍ଟିଫିକେଟ ଟାଇପ୍ କରିବେ । ଏହାପରେ ଆପଣଙ୍କ ପଞ୍ଜିକୃତ ନମ୍ବରରେ ଏକ ଓଟିପି ଆସିବ । ଓଟିପିକୁ ଚେକ କରିବା ପରେ ଏଣ୍ଟର କରିବେ । ଆପଣ ସହଜରେ ଭ୍ୟାକ୍ସିନ ସାର୍ଟିଫିକେଟ ପାଇପାରିବେ ।

LEAVE A REPLY

Please enter your comment!
Please enter your name here