ଦୁଇ କୋଟିରେ କିଣିଲେ, 18 କୋଟିରେ ବିକିଲେ । ଅଯୋଧ୍ୟା ରାମମନ୍ଦିର ଟ୍ରଷ୍ଟ ନାଁ ରେ ଏମିତି ଜମି ସ୍କାମ ଅଭିଯୋଗ । ଅଭିଯୋଗ କରିଛନ୍ତି ଉତ୍ତରପ୍ରଦେଶର ସମାଜବାଦ ପାର୍ଟି ଓ ଆମ ଆଦମ ପାର୍ଟି ନେତା । ଅଭିଯୋଗ ଅନୁଯାୟୀ, ଜଣେ ରିଅଲଇଷ୍ଟେଟ ବ୍ୟବସାୟୀ ଦୁଇ କୋଟି ଟଙ୍କାରେ କିଣିଥିବା ଜମିକୁ ରାମ ମନ୍ଦିର ଟ୍ରଷ୍ଟକୁ 18 କୋଟିରେ ବିକି ଦେଇଛନ୍ତି । ଏ ସଂପର୍କିତ ସମସ୍ତ ଦସ୍ତାବିଜ ଦୁଇ ରାଜନୈତିକ ଦଳ ପକ୍ଷରୁ ଉପସ୍ଥାପନ କରାଯାଇଛି । ଟ୍ରଷ୍ଟ ଜମି ସ୍କାମରେ ଜଡିତ ଥିବା ଅଭିଯୋଗ କରିଛନ୍ତି ସେମାନେ । ଦେଶର କୋଟି କୋଟି ରାମ ଭକ୍ତ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଦାନ କରୁଥିବା ବେଳେ ଟ୍ରଷ୍ଟ ଲୋକଙ୍କ ଟଙ୍କାକୁ ଏମିତି ଅପଚୟ କରୁଛି ବୋଲି ସେମାନେ କହିଛନ୍ତି । ଘଟଣାର ସିବିଆଇ ତଦନ୍ତ ଦାବି କରାଯାଇଛି । ଭଗବାନ ଶ୍ରରାମଙ୍କ ନାଁରେ ଆସୁଥିବା କୋଟି କୋଟି ଟଙ୍କାକୁ ଏମିତି ହେରଫେର କରା ନଯାଉ ବୋଲି ସେମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here