ଓଡିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ସୀମା ବିବାଦ କ୍ରମଶଃ ଉଗ୍ର ହେଉଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଚାରୋଟି ପ୍ରସ୍ତାବ ଦେଇଛନ୍ତି I ମୁଖ୍ୟମନ୍ତ୍ରୀ ସ୍ତରୀୟ ଦ୍ବୀପାକ୍ଷିକ ଆଲୋଚନା ଜରିଆରେ ସମସ୍ୟାର ସମାଧାନ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ବ ଦେଇଛନ୍ତି I ଏଥିସହିତ ବିବାଦୀୟ ସୀମାନ୍ତ ଗାଁରୁ ସଶସ୍ତ୍ର ବଳ ପ୍ରତ୍ୟାହାର କରିବା, ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରିବା, ଲୋକ ପ୍ରତିନିଧିଙ୍କ ନାଁରେ ରୁଜୁ ମାମଲା ପ୍ରତ୍ୟାହାର କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି I ଧର୍ମେନ୍ଦ୍ର କହିଛନ୍ତି, ବିବାଦର ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ କରିବା ପାଇଁ ଉଦ୍ୟମ ହେଲେ ସେ ବ୍ୟକ୍ତିଗତ ଭାବେ ସହାୟତା କରିବେ I

LEAVE A REPLY

Please enter your comment!
Please enter your name here