ଖମ୍ବ ଦେଖିବା ମାତ୍ରେ ଗୋଡ଼ହାତ ଥୟ ଧରେନି । ଭବିଷ୍ୟତରେ ସେନାରେ ଯୋଗ ଦେବାର ନିଶା ଯୋଗୁଁ ୫ ବର୍ଷ ବୟସରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ କଳାହାଣ୍ଡିର କୁନି ପୁଅ ସ୍ୱୟଂଶିବ । ମାତ୍ର ୩ ବର୍ଷ ବୟସରୁ ସେ ଖମ୍ବ ଚଢିବା ଆରମ୍ଭ କରିଥିଲେ, ଏବେ ଖମ୍ବ ଚଢ଼ିବା ତାଙ୍କ ପାଇଁ ନିଶାରେ ପରିଣତ ହୋଇଯାଇଛି । ୯ ଫୁଟ ଲମ୍ବର ୩ ଟି ଖମ୍ବକୁ ୩୭ ସେକେଣ୍ଡରେ ଚଢି ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି ସ୍ୱୟଂଶିବ ।
କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକର ଏକ ଛୋଟ ଗାଁ ଚିଲଗୁଡା । ବାପା ସମୀର ଯୋଶୀ ଏବଂ ମା ସାଗରିକା ଯୋଶୀଙ୍କ ଏକମାତ୍ର ପୁଅ ସ୍ୱୟଂଶିବ । ତେବେ ବର୍ତ୍ତମାନ ସ୍ୱୟଂଶିବକୁ ନେଇଁ ଚାରିଆଡେ ଚର୍ଚ୍ଚା । କାରଣ ସେ ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛନ୍ତି । ମାତ୍ର ୩୭ ସେକେଣ୍ଡରେ ୯ ଫୁଟ ଲମ୍ବ ବିଶିଷ୍ଟ ୩ ଟି ଖମ୍ବକୁ ଚଢି ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି । ଦେଶର ସୈନିକ ମାନେ କରୁଥିବା ବିଭିନ୍ନ ଅଭ୍ୟାସକୁ ସେ ଟିଭି ଓ ମୋବାଇଲରେ ଦେଖି ଏହି ପ୍ରେରଣା ପାଇଥିଲେ । ଆଉ ଛୋଟ ବେଳେ କମାଣ୍ଡୋ ହେବା ମନେ ମନେ ଚିନ୍ତା କରିଥିଲେ । ଆଉ ଛୋଟବେଳୁ ହିଁ ଯବାନଙ୍କ ପରି ଅଭ୍ୟାସ କରିବା ତାଙ୍କ ନିଶା ପାଲଟି ଗଲାଣି । ତାଙ୍କର ଏହି ନିଶା ତଥା ପରିବାର ଲୋକଙ୍କ ପ୍ରେରଣା ଯୋଗୁଁ ସେ ଆଜି ଏହି ରେକର୍ଡ କରିପାରିଛନ୍ତି ।

LEAVE A REPLY

Please enter your comment!
Please enter your name here