ସୁନାମଧନ୍ୟ ଯୁବ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ଅବସ୍ଥା ଏବେ ବି ଭଲ ନାହିଁ । କୋଭିଡରେ ଆକ୍ରାନ୍ତ ହୋଇଥିବା ତପୁଙ୍କ କୋଭିଡ ରିପୋର୍ଟ ଯଦିଓ ନେଗେଟିଭ ଆସିସାରିଛି, କିନ୍ତୁ ପୋଷ୍ଟ କୋଭିଡ ସ୍ଥିତି ଅତି ଜଟିଳ ରହିଛି । ଫୁସଫୁସ ସଂକ୍ରମଣ ଯୋଗୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଛି । ସମ୍ ହସପିଟାଲରେ ତାଙ୍କର ଚିକିତ୍ସା କରାଯାଉଥିଲେ ହେଁ ଗୁରୁତର ଭାବେ ଫୁସଫୁସ ସଂକ୍ରମଣ ହୋଇଥିବାରୁ ସେ ଇକମୋ ଟ୍ରିଟମେଣ୍ଟ ଆବଶ୍ୟକ କରୁଛନ୍ତି ବୋଲି ମିଳିଥିବା ସୂତ୍ରରୁ ଜଣାପଡିଛି ।

ତପୁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ତାଙ୍କ ପ୍ରଶଂସକମାନେ ଦାବି କରିଛନ୍ତି । ସ୍ଥିତି ବିଗିଡିବା ପୂର୍ବରୁ ରାଜ୍ୟ ସରକାର ତପୁଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରି ପଦକ୍ଷେପ ନେବା ଆବଶ୍ୟକ ।

LEAVE A REPLY

Please enter your comment!
Please enter your name here