ଭିଜିଲାନ୍ସ ନିର୍ଦ୍ଦେଶକ ଏଡିଜି ଦେବାଶୀଷ ପାଣିଗ୍ରାହୀଙ୍କୁ ଆଜି ସ୍ବତନ୍ତ୍ର ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ପଠାଯାଇଛି । କୋଭିଡ ଆକ୍ରାନ୍ତ ହୋଇ କଟକ ଅଶ୍ବିନୀ ହସପିଟାଲରେ ଚିକିତ୍ସିତ ହେଉଥିବା ଦେବାଶୀଷ ପାଣିଗ୍ରାହୀଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କର ଇକମୋ ଟ୍ରିଟମେଣ୍ଟ ଆବଶ୍ୟକ ହେଉଥିଲା । ମାତ୍ର ଓଡିଶାରେ ଇକମୋ ଟ୍ରିଟମେଣ୍ଟ ସୁବିଧା ନ ଥିବାରୁ ତାଙ୍କୁ କୋଲକାତ ପଠାଇବାକୁ ସ୍ଥିର ହୋଇଥିଲା । ଗତକାଲି ଚାରିଜଣିଆ ଡାକ୍ତରୀ ଟିମ କଟକରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲେ । ଆଜି ଏକ ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ କଟକ ଅଶ୍ବିନୀ ହସପିଟାଲରୁ ଭୁବନେଶ୍ବର ଏୟାରପୋର୍ଟକୁ ଅଣାଯାଇଥିଲା । କଟକରୁ ଏୟାରପୋର୍ଟ ଯାଏଁ ରାସ୍ତାକୁ ଗ୍ରୀନ କରିଡର କରାଯାଇଥିଲା । ପରେ ସେଠାରୁ ଏୟାର ଆମ୍ବୁଲାନ୍ସ ଯୋଗେ କୋଲକାତା ନେବାକୁ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here