ଏଣିକି ରାଜ୍ୟରେ ଥିବା ମେଡିସିନ୍ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ । ଏନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ଏସିଏସ ପ୍ରଦୀପ୍ତ ମହାପାତ୍ର । ଏହି ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଲକଡାଉନ୍ ଓ ସଟଡାଉନ ବେଳେ ମେଡିସିନ୍ ଦୋକାନୀମାନେ ସେମାନଙ୍କର ନିରବିଚ୍ଛନ ସେବା ଯୋଗାଇ ଚାଲିଛନ୍ତି । ପ୍ରତିଦିନ ସେମାନେ ଅନେକ ଲୋକଙ୍କ ସଂଶ୍ପର୍ଷରେ ଆସୁଛନ୍ତି । ତେଣୁ ଏହାକୁ ଆଖି ଆଗରେ ରଖି ସେମାନଙ୍କର ଟିକାକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ମେଡିସିନ ଦୋକାନରେ କାମ କରୁଥିବା କର୍ମଚାରୀଙ୍କ ଭିତରୁ ଯେଉଁମାନେ ୪୫ ବର୍ଷରୁ ଅଧିକ ବୟସ ସେମାନେ କେନ୍ଦ୍ର ଦେଇଥିବା ଟିକାରୁ ନେଇପାରିବେ । ଏହାସହ ଯେଉଁମାନଙ୍କ ବୟସ ୪୫ ବର୍ଷରୁ କମ ସେମାନେ ରାଜ୍ୟ କିଣିଥିବା ଟିକାରୁ ଟିକା ନେଇପାରିବେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here