ଆଜି ସାବିତ୍ରୀ ବ୍ରତ । ସତ୍ୟବାନଙ୍କର ଦୀର୍ଘାୟୁ କାମନା କରି ବ୍ରତଧାରୀ ମହିଳାମାନେ ଏହି ପୂଜା କରିଥାନ୍ତି । ନୂଆ ବସ୍ତ୍ର ପରିଧାନ କରି ମନ୍ଦିରରେ ପୂଜା କରନ୍ତି । କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ସବୁ ଫିକା ପଡିଛି । କୋଭିଡ କଟକଣା ପାଇଁ ମନ୍ଦିର ଗୁଡିକରେ ସର୍ବସାଧାରଣ ଦର୍ଶନ ବନ୍ଦ ଥିବାରୁ ମନ୍ଦିର ଗୁଡିକ ଏବେ ଖାଁ ଖାଁ । ମନ୍ଦିର ସାମ୍ନାରେ ବୁଲୁଛି ପିସିଆର ଭ୍ୟାନ୍ । ତେଣୁ ବ୍ରତଧାରୀମହିଳାମାନେ ଘରେ ଘରେ ସ୍ୱାମୀଙ୍କୁ ଦୀର୍ଘାୟୁ କାମନା କରି ପୂଜାର୍ଚ୍ଚନା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here