ଦେଶରେ ବିଭିନ୍ନ ଟିକାର ଦର ନିର୍ଦ୍ଧାରଣ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଘରୋଇ ହସ୍ପିଟାଲ ମାନଙ୍କ ଲାଗି ଟିକା ଦର ନିର୍ଦ୍ଧାରଣ କରାଯାଇଛି । ପ୍ରାଇଭେଟ ହସ୍ପିଟାଲରେ କୋଭିସିଲ୍ଡ ଟିକାର ଦାମ ଡୋଜ୍ ପିଛା ସର୍ବାଧିକ ୭୮୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଉତ୍ପାଦନକାରୀ ବିକ୍ରୀ ଦର ୬୦୦ ଟଙ୍କା ଘୋଷଣା କରିଥିବାବେଳେ ୩୦ ଟଙ୍କା ଜିଏସଟି ଏବଂ ସର୍ଭିସ ଚାର୍ଜ ସର୍ବାଧିକ ୧୫୦ ଟଙ୍କା ଧାର୍ଯ୍ୟ ହୋଇଛି । ସେହିପରି କୋଭାକ୍ସିନର ମୂଲ୍ୟ ଡୋଜ ପ୍ରତି ଦର ୧୪୧୦ ଟଙ୍କା ରଖାଯାଇଛି । ଉତ୍ପାଦନ ଦର ୧୨୨ ଟଙ୍କା ଥିବାବେଳେ ଜିଏସଟି ୬୦ ଟଙ୍କା ରହିଛି । ସେହିପରି ରୁଷ ଟିକା ସ୍ପୁଟନିକ-ଭିର ଦାମ ୧୧୪୫ ଟଙ୍କା ସ୍ଥିର ହୋଇଛି । ନିର୍ମାଣକାରୀ ସଂସ୍ଥା ୯୪୮ ଟଙ୍କାରେ ଧାର୍ଯ୍ୟ କରାଯାଇଥିବାବେଳେ ଜିଏସଟି ୪୭ ଟଙ୍କା ରହିଛି ।

LEAVE A REPLY

Please enter your comment!
Please enter your name here