ଭଗବାନଙ୍କ ବିଚିତ୍ର ସୃଷ୍ଟି । ଆପଣ ଦେଖୁଥିବା ଏ ଚିତ୍ର କେଉଁ ଚଢେଇର ନୁହେଁ ବରଂ ଏକ ଫଳର । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଧଳପୁର ପଞ୍ଚାୟତ କଙ୍କଲା ଗାଁର ସୁଶାନ୍ତ ବେହେରାଙ୍କ ବାଡିରୁ ତୋଳା ହୋଇଛି ଏହି ଆମ୍ବ । ଆମ୍ବଟି ଠିକ୍ ଏକ ଚଢେଇ ପରି ଦୃଶ୍ୟ ହେଉଛି । ଆମ୍ବକୁ ଦେଖି ପ୍ରଥମେ ପରିବାର ଲୋକ ଆଶ୍ଚର୍ଯ୍ୟ ହୋଇଥିଲେ । ପରେ ଆମ୍ବକୁ ଦେଖିବାକୁ ସାହି ପଡିଶାଙ୍କ ଭିଡ ଜମିଥିଲା । ଆମ୍ବଟିର ଓଜନ ୨୫୦ ଗ୍ର୍ରାମ ହେବ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here