ଗଜାନନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଶ୍ରୀଜିଉ I ସ୍ନାନମଣ୍ଡପରେ 108 ଗରା ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରିବା ପରେ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହଁରା କରିଥିଲେ I ଏହାପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ହାତୀବେଶ I

ହାତୀବେଶ ପାଇଁ ରାଘବ ଦାସ ମଠ ପକ୍ଷରୁ ସମସ୍ତ ଉପକରଣ ଯୋଗାଇ ଦିଆଯାଇଥାଏ I କଥିତ ଅଛି, ଭକ୍ତ ଗଣପତି ଭଟ୍ଟଙ୍କୁ ମହାପ୍ରଭୁ ଗଜାନନ ବେଶରେ ଦର୍ଶନ ଦେଇଥିଲେ I ତେଣୁ ମହାପ୍ରଭୁଙ୍କର ଗଜାନନ ବା ହାତୀବେଶ ଅନୁଷ୍ଠିତ ହୋଇ ଆସୁଛି I

LEAVE A REPLY

Please enter your comment!
Please enter your name here