ଶେଷରେ ଗିରଫ ହେଲେ କୋଟିପତି ପିଏସ ବିରଞ୍ଚି ସାହୁ । ଗତକାଲି ଆୟ ବର୍ହିଭୁତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ଟିମ୍ ବିରଞ୍ଚି ଓ ତାଙ୍କ ସଂପର୍କୀୟଙ୍କ ଘରେ ଏକକାଳୀନ 6ଟି ସ୍ଥାନରେ ଚଢାଉ କରିଥିଲା । ତାଙ୍କ ଘରୁ ଭିଜିଲାନ୍ସ ଟିମ୍ 12 ଲକ୍ଷ ଟଙ୍କା ଏବଂ ଶାଳକଙ୍କ ଘରୁ 13 ଲକ୍ଷ ଟଙ୍କା ଜବତ କରିଥିଲା । ଏଥିସହିତ ତାଙ୍କ ଘରୁ ମିଳିଥିବା ସୁନା ଗହଣା, 9ଟି ସ୍ଥାନରେ ପ୍ଲଟ, ଏକାଧିକ କୋଠା ପ୍ରଭୃତି 3 କୋଟି 79 ଲକ୍ଷ ଟଙ୍କାର ଆୟ ବର୍ହିଭୁତ ସଂପତ୍ତି ଜବତ କରାଯାଇଛି । ଓଏସଏସସି ସଦସ୍ୟଙ୍କ ପିଏସ ଥିବା ବିରଞ୍ଚି ସାହୁ ଏତେଟଙ୍କା କେଉଁଠୁ ରୋଜଗାର କଲେ, ତାର ତଦନ୍ତ କରାଯିବ ବୋଲି କହିଛନ୍ତି ଭିଜିଲାନ୍ସ ଏଶପି । ଚାକିରୀ କରାଇଦେବା ନାଁ ରେ ସେ ପିଲାଙ୍କଠୁ ଲାଞ୍ଚ ନେଉଥିଲେ କି ନାହିଁ, ତାର ମଧ୍ୟ ତଦନ୍ତ କରାଯିବ । ଅନ୍ୟ ପକ୍ଷରେ କମିଶନ କହିଛନ୍ତି, ବିରଞ୍ଚିଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହେବ ।

LEAVE A REPLY

Please enter your comment!
Please enter your name here