କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବକୁ ଏଣିକି ପରିବାର ଲୋକଙ୍କ ପାଖକୁ ନିଆଯିବ । ଘରେ ପରିବାର ଲୋକ ଶେଷ ଦର୍ଶନ କରିବା ପରେ ଶବର ଶେଷକୃତ୍ୟ କରାଯିବ । ଏହି ନିଷ୍ପତ୍ତି ନେଇଛନ୍ତି କେରଳ ସରକାର । ନୂଆ ନିଷ୍ପତ୍ତି ଯୋଗୁଁ ପରିବାର ସଦସ୍ୟ ମୃତ ବ୍ୟକ୍ତିଙ୍କ ଶେଷ ଦର୍ଶନ କରିବା ସହ ରୀତିନୀତି ସମ୍ପର୍ଣ୍ଣ କରିବେ । ବର୍ତ୍ତମାନ ସୁଦ୍ଧା ମହାମାରୀ ପ୍ରୋଟକଲ ଅନୁସାରେ, କୋଭିଡରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ଶବକୁ ପରିବାର ନିକଟକୁ ନେବାଲାଗି ଅନୁମତି ନଥିଲା । କେରଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଅଧିକ ରହିଛି । ଏହାପରେ ବି ଏକ ସମୀକ୍ଷା ବୈଠକ ଶେଷରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ ସଙ୍କଟ କାଳରେ ମୃତକଙ୍କ ଶେଷଦର୍ଶନ କରିପାରୁନଥିଲେ ପରିବାର ଲୋକ । ନୂଆ ନିୟମ ଅନୁସାରେ ମୃତକଙ୍କୁ ଏକ ନିର୍ଦ୍ଧିଷ୍ଟ ସମୟ ଲାଗି ସେମାନଙ୍କ ପରିବାର ନିକଟକୁ ନିଆଯିବ । ପରିବାର ସଦସ୍ୟ ଶେଷ ଦର୍ଶନ କରିବା ସହ ରୀତିନୀତି ସାରିବେ । ଏଥିପାଇଁ ୧ ଘଣ୍ଟା ସମୟ ଦିଆଯିବ ।

LEAVE A REPLY

Please enter your comment!
Please enter your name here