ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ । cbseresults.nic.in, cbse.gov.in ରେ ରେଜଲ୍ଟ ପ୍ରକାଶ ପାଇଛି । କୋଭିଡ ମହାମାରୀ ପାଇଁ ଏଥର ପରୀକ୍ଷା ହୋଇନାହିଁ । ବିକଳ୍ପ ମୂଲ୍ୟାୟନ ପଦ୍ଧତିକୁ ଆପଣାଇଛି ସିବିଏସଇ । ଦଶମ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ କରିଥିଲେ ୧୮ ଲକ୍ଷ ଛାତ୍ରଛାତ୍ରୀ । ଏହି ଫଳାଫଳ ଏଥର ରେକର୍ଡ କରିଛି। ଏଥର ୯୯.୦୪ ପ୍ରତିଶତ ପିଲା ପାସ୍ କରିଛନ୍ତି। ପରୀକ୍ଷା ଦେଇଥିବା ୨୦, ୯୭, ୧୨୮ ପିଲାଙ୍କ ମଧ୍ୟରୁ ପାସ୍ କରିଛନ୍ତି ୨୦, ୭୬, ୯୯୭ ଛାତ୍ରଛାତ୍ରୀ। ତ୍ରିଭେନ୍ଦ୍ରମ ରିଜିଅନରେ ସର୍ବାଧିକ ୯୯.୯୯% ପିଲା ପାସ୍ କରିଛନ୍ତି। ସେହିପରି ଭୁବନେଶ୍ୱର ରିଜିଅନରେ ୯୯.୬୨% ପିଲା ପାସ୍ କରିଛନ୍ତି। ଏଥର ରେଜଲ୍ଟରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ୯୮.୮୯% ଛାତ୍ର ଏବଂ ୯୯.୨୪% ଛାତ୍ରୀ ପାସ୍ କରିଛନ୍ତି।

ପରୀକ୍ଷାରେ ଛାତ୍ର ୯୮.୮୯% ଏବଂ ଛାତ୍ରୀ ୯୯.୨୪% ପାସ୍ କରିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟ ୧୦୦%, ନବୋଦୟରେ ୯୯.୯୯% ରେଜଲ୍ଟ କରିଛି। ୫୭, ୮୨୪ ଛାତ୍ରଛାତ୍ରୀ ୯୫%ରୁ ଅଧିକ ନମ୍ବର ରଖିଛନ୍ତି।

ଛାତ୍ରଛାତ୍ରୀ cbse.gov.in ଏବଂ cbse.nic.inରେ ଫଳାଫଳ ଦେଖି ପାରିବେ । ଏହାବ୍ୟତୀତ ପଞ୍ଜୀକୃତ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ IVS, SMS, ଡିଜିଲକର ଏବଂ ଉମଙ୍ଗ ଆପରେ ମଧ୍ୟ ରେଜଲ୍ଟ ଉପଲବ୍ଧ ହେବ। ପ୍ରାର୍ଥୀ ସିବିଏସ୍‌ଇ ଡିଜିଲକର ୱେବସାଇଟ digilocker.gov.in ରେ ଲକ୍‌ କରି ନିଜର ରେଜଲ୍ଟ ଏବଂ ପ୍ରମାଣ ପତ୍ର ପାଇପାରିବେ। ତେବେ ଯେଉଁମାନେ ମୂଲ୍ୟାଙ୍କନ ପଦ୍ଧତିରେ ଅସନ୍ତୁଷ୍ଟ ସେମାନେ ଅଫଲାଇନ୍‌ରେ ପରୀକ୍ଷା ଦେଇ ପାରିବେ। କୋଭିଡ-୧୯ ସ୍ଥିତି ସୁଧୁରିଲେ ଏହି ଅଫଲାଇନ ପରୀକ୍ଷା ଆୟୋଜନ କରାଯିବ।

LEAVE A REPLY

Please enter your comment!
Please enter your name here