ଅଧ ରାତିରେ ଆସିଥିଲେ ଚୋରୀ କରିବାକୁ । ଗାଁ ଲୋକଙ୍କ ହାବୁଡରେ ପଡିବା ପୂର୍ବରୁ ସେଠାରୁ ଚାଲିଯାଇଥିଲେ । ହେଲେ ଭୁଲରେ ଛାଡିଦେଇଥିଲେ ମୋବାଇଲ । ମୋବାଇଲ ଗ୍ରାମବାସୀଙ୍କ ହାତରେ ପଡିବା ପରେ ଧରାପଡିଛନ୍ତି ଦୁଇ ଚୋର ଏବଂ ଖାଇଛନ୍ତି ଉତ୍ତମ ମଧ୍ୟମ । ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ କୁଣ୍ଡିସାହି ଗ୍ରାମରେ। ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ଦୁଇଜଣ ଚୋର ଗତକାଲି ରାତିରେ କୁଣ୍ଡିସାହି ଗାଁ ମୁଣ୍ଡରେ ଠିଆହୋଇଥିବା ଏକ ଟ୍ରକରୁ ତେଲ ଚୋରି କରିବା ସହ ବ୍ୟାଟେରୀ ଖୋଲି ନେବା ପାଇଁ ଉଦ୍ୟମ କରୁଥିଲେ। କିନ୍ତୁ ଏହି ସମୟରେ ଜଣେ ପଡୋଶୀ ଉଠି ପଡିବାରୁ ଚୋରମାନେ ଦୌଡ଼ି ପଳାଇଥିଲେ। କିନ୍ତୁ ଏକ ମୋବାଇଲ ଛାଡି ଯାଇଥିଲେ। ଗାଁ ଲୋକେ ସେହି ମୋବାଇଲ ସାହାର୍ଯ୍ୟରେ ଚୋରଙ୍କୁ ଧରିବାସହ ଏକ ଗଛରେ ବାନ୍ଧି ପକାଇ ଉତ୍ତମ ମଧ୍ୟମ ଦେଇଥିଲେ। ସେମାନେ ପୂର୍ବରୁ ମଧ୍ୟ ଅନେକ ଚୋରିରେ ସମ୍ପୃକ୍ତ ଥିଲେ। ଖବର ପାଇ ନନ୍ଦିପଦା ପୁଲିସ ପହଂଚି ଦୁଇ ଅଭିଯୁକ୍ତଙ୍କୁ ଥାନାକୁ ନେଇ ପଚରା ଉଚରା କରୁଛି।

LEAVE A REPLY

Please enter your comment!
Please enter your name here