ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା । ଆମ ପରଂପରାରେ ଏହି ପର୍ବର ମହତ୍ବ ରହିଛି । ମାତ୍ର କୋଭିଡ କଟକଣା ଆସନ୍ତା 17 ତାରିଖ ଯାଏଁ ବଳବତ୍ତର ରହିଛି । ଅର୍ଥାତ ଦିନ ଏଗାରଟା ଭିତରେ କିଣାକିଣି ବେପାର ସାରିବାକୁ ହେବ । ତେଣୁ ଆଜି ସକାଳୁ ହାଟ, ଫଳ ବଜାରରେ ଲୋକଙ୍କ ଭିଡ ଲାଗିଗଲା । ଲୋକଙ୍କ ଏତେ ଭିଡ ଲାଗିଥିଲା ଯେ, ଲାଗୁ ନଥିଲା ଆଜି କିଛି କଟକଣା ରହିଛି । ସରକାରଙ୍କ ଲକଡାଉନ ନିୟମରେ ଘର ପାଖରୁ ଚାଲି ଚାଲି ଯାଇ ପନିପରିବା, ସଉଦାପତ୍ର ଓ ଫଳମୂଳ କିଣିବା । କିନ୍ତୁ ହାଟବଜାରରେ ଆଜି ଦୁଇଚକିଆ ଯାନର ଭିଡ ବି ଲାଗି ରହିଥିଲା । କିନ୍ତୁ ପୋଲିସ ପାଟ୍ରୋଲିଂ ବା କଟକଣା ନ ଥିଲା । ଅର୍ଥାତ ସାବିତ୍ରୀ ବ୍ରତ ପାଳନ ପାଇଁ ଲୋକଙ୍କୁ ଢିଲା ଛାଡି ଦେଇଥିଲା ପ୍ରଶାସନ । କିଛି କିଛି ଚୁଡି ଦୋକାନ ସଟର ଅଳ୍ପ ଟେକି ବେପାର କରୁତିବା ବେଳେ ଆଉ କେହି ପଛଦ୍ବାର ଦେହି ବେପାର କରୁଥିଲେ । କାରଣ ହୋଇପାରେ, ଲୋକଙ୍କ ପର୍ବ ପାଳନ ପ୍ରତି ସମ୍ମାନ ଦେଖାଇ ଲୋକଙ୍କୁ ନାଲି ଆଖି ନ ଦେଖାଇବାକୁ ଭିତିରି ନିର୍ଦ୍ଦେଶ ଦିଆଯାଇଥିବ । ମାତ୍ର ଯଦି ବିଏମସି କର୍ତ୍ତୃପକ୍ଷ ଲୋକଙ୍କ ଭାବପ୍ରବଣତାରେ ପ୍ରତିବନ୍ଧକ ଲଗାଇବାକୁ ଚାହୁଁ ନଥିଲେ, ତେବେ ଦିନ ଏଗାରଟା ବଦଳରେ ହାଟ ବଜାର ଖୋଲିବା ସମୟ ଅବଧି ବଢାଇ ଦେଇଥିଲେ ଏତିକି ଭିଡ ହୋଇ ନ ଥାନ୍ରତା । ଆଗକୁ ରଜ ପାଳନ ରହିଛି । ଡ୍ରେସ ଓ ଶାଢୀ ଦୋକାନ ଯଦିଓ ବନ୍ଦ ରହିଛି, ମାତ୍ର କୋଉଠି କୋଉଠି ଘରୋଇ ବେପାର ଚାଲିଛି । କର୍ତ୍ତୃପକ୍ଷ ସକାଳେ ଚାରିଘଣ୍ଟା ବଦଳରେ ଅବଧି ବୃଦ୍ଧି ନ କଲେ କରୋନା ନିୟମକୁ ଜାଣିଶୁଣି ଫୁ କରିବାକୁ ବେଶୀ ସମୟ ଲାଗିବନି ।

LEAVE A REPLY

Please enter your comment!
Please enter your name here