ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକରେ ପାଳିତ ହୋଇଯାଇଛି ବନ ମହୋତ୍ସବ । ମଙ୍ଗଳବାର ମକୁଆ କାଟେଣୀ ପଂଚାୟତରେ ୮ ହେକ୍ଟର ଜଙ୍ଗଲ ଜାତୀୟ ଜମିରେ ପ୍ରାୟ ୧୭୦୦୦ ହଜାରରୁ ଉର୍ଦ୍ଧ୍ବ ଔଷଧୀୟ ପ୍ରଜାତିର ଗଛ ତଥା ବାହାଡା,କଇଥ,ମେହଗାନି, ଫାଶୀ,ଶିଶୁ ଇତ୍ୟାଦି ଗଛ ରୋପଣ କରାଯାଇଛି । ଏହି ବନ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ କାମାକ୍ଷାନଗର ଉପ ଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର‌୍ୟ୍ୟ, ଏଵଂ ସମ୍ମାନିତ ଅତିଥି-ସତ୍ୟନାରାୟଣ ସାହୁ,(ରେଞ୍ଜର), ବିଜୟ କୁମାର ବେହେରା (ବନ୍ୟପ୍ରାଣୀ ବିଭାଗ) , ଧରିତ୍ରୀ ମଲ୍ଲିକ, ରୁଦ୍ର ନାରାୟଣ ପ୍ରଧାନ(ବନ ସୁରକ୍ଷା ସମିତି କୋଷାଧ୍ୟକ୍ଷ) , ଜ୍ୟୋତି ରଞ୍ଜନ ସାହୁ (ବନାଚଳ ସଂଯୋଜକ)ଆଦି ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here