ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଖଡକପ୍ରସାଦରେ ଟାଟାଷ୍ଟିଲ ପକ୍ଷରୁ ଏକ କୋଭିଡ ହସପିଟାଲ ଉଦଘାଟନ କରାଯାଇଛି । ହସପିଟାଲରେ 100ଟି ବେଡ୍ ରହିଥିବା ବେଳେ 10ଟି ଆିସୋଲେସନ ବେଡ୍, 15ଟି ଭେଣ୍ଟିଲେଟର ବେଡ୍ ଏବଂ ଅକ୍ସିଜେନ ପାଇପ ସଂଲଗ୍ନ ଜେନେରାଲ ବେଡ୍ ରହିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ମହେଶ ସାହୁ, ହିନ୍ଦୋଳ ବିଧାୟିକା ସୀମାରାଣୀ ନାୟକ, ସଦର ବିଧାୟକ ସୁଧୀର ସାମଲ, ଢେଙ୍କାନାଳ ଜିଲ୍ଲାପାଳ ଭୂପେଶ ଚନ୍ଦ୍ର ବେହେରା, ଟାଟା ବିଏସଏଲ ଚେୟାରମ୍ୟାନ ଟି. ଭି. ନରେନ୍ଦ୍ରନ, ଏମଡି ରାଜୀବ ସିଂହଲ ପ୍ରମୁଖ ଯୋଗ ଦେଇଥିଲେ । ଏହାଦ୍ବାରା ଗ୍ରାମାଞ୍ଚଳ ଲୋକେ ଉପକୃତ ହୋଇପାରିବେ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here