ଧରାପଡିଲା ତଣ୍ଟିକଟା ଲୁଟେରା । ଗତ ୩୧ ତାରିଖରେ ନୟାପଲ୍ଲୀ ଭିଆଇପି ଅଞ୍ଚଳରୁ ଆସିଥିଲା ଭୟଙ୍କର ଦୃଶ୍ୟ । ଯାହା ସିସିଟିଭିରେ କଏଦ ହୋଇଥିଲା । ଜଣେ ମହିଳା ମର୍ଣ୍ଣିଂ ୱାକ ସାରି ପରିବା କିଣିବାକୁ ଯାଉଥିବାବେଳେ ଜଣେ ଲୁଟେରା ତାଙ୍କ ବେକରେ ଛୁରା ମାରିଥିଲା । ଞ୍ଚସୁନା ଚୁଡି ଲୁଟ୍ କରିବା ଉଦ୍ଦେଶ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲା ଲୁଟେରା । ଏହି ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲା । ତେବେ ସିସିଟିଭି ଆଧାରରେ ଅଭିଯୁକ୍ତକୁ କମିଶନରେଟ ପୋଲିସ ଗିରଫ କରିଛି । ଏବଂ ଅଧିକ ପଚରାଉଚରା କରୁଛି । ଭିଆଇପି ଅଞ୍ଚଳରେ ଏମିତି ଘଟଣା ଘଟିବା ପରେ ସମସ୍ତେ ଭୟବୀତ ଥିଲେ ।

LEAVE A REPLY

Please enter your comment!
Please enter your name here