ପ୍ରଶାସନର ବିନା ଅନୁମତିରେ ବାଲେଶ୍ବର ଜିଲ୍ଲା ନୀଳଗିରି ଶ୍ରୀଜଗନ୍ନାଥ ମନ୍ଦିରରେ ଚାଲିଥିଲା ରଥ ନିର୍ମାଣ କାର୍ଯ୍ୟ । ରାଜ୍ୟ ସରକାର କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେଇଥିବା ବେଳେ ଅନ୍ୟ ସବୁ ସ୍ଥାନରେ ରଥଯାତ୍ରାକୁ ନିଷେଧ କରିଛନ୍ତି । ତେବେ ପ୍ରଶାସନ ବିନା ଅନୁମତିରେ ରଥ ନିର୍ମାଣ କରୁଥିବାରୁ ଆଜି ଜିଲ୍ଲା ପ୍ରଶାସନ ମନ୍ଦିର ନିକଟରେ ପହଞ୍ଚି ରଥ କାର୍ଯ୍ୟରେ ନିୟୋଜିତ କାରିଗରଙ୍କ ସାମଗ୍ରୀ ଜବତ କରିବା ସହ ଦଶ ଜଣ ସେବାୟତଙ୍କୁ ଅଟକ ରଖିଛନ୍ତି । ଏହା ପୂର୍ବରୁ ସରକାରଙ୍କ ନିଷ୍ପତ୍ତିର ପ୍ରତିବାଦ ଜଣାଇ ନୀଳଗିରି ଶ୍ରୀଜଗନ୍ନାଥ ମନ୍ଦିରର ସେବାୟତ ଓ ସ୍ଥାନୀୟ ଭକ୍ତ ଘଣ୍ଟ ବଜାଇ ଶଙ୍ଖ ଧ୍ବନୀ ଦେଇ ସଙ୍କୀର୍ତ୍ତନ କରି ଉପଜିଲ୍ଲାପାଳଙ୍କ ଅଫିସକୁ ଆସି ସ୍ମାରକପତ୍ର ଦେଇଥିଲେ । ରଥ ନିର୍ମାଣ ପାଇଁ ପ୍ରଶାସନ ଦେଉଥିବା ଆର୍ଥିକ ଅନୁଦାନ ପ୍ରଦାନ କରିବାକୁ ସେବାୟତମାନେ ଦାବି କରିଥିଲେ ହେଁ ପ୍ରଶାସନ ରାଜି ହୋଇ ନ ଥିଲା ।

LEAVE A REPLY

Please enter your comment!
Please enter your name here