ପ୍ରଥମେ ଚୋରା ପୀରତି । ହେଲେ ସେତିକିରେ ମନ ମାନିଲାନି ବାବୁଙ୍କର । ଚାଲିଲା ଖୁଲମଖୁଲା ପ୍ରେମ । ଏମିତି ଅବସ୍ଥା ହେଲା ଯେ, ଆଉ ବନ୍ଧ, ବାଡ ମାନିଲାନି । ପତ୍ନୀଙ୍କ ଆଖି ସାମନାରେ ବି ଆରମ୍ଭ କରିଦେଲେ ରାସଲୀଳା । ଆଉ କେତେ ସହିଥାନ୍ତେ ପତ୍ନୀ, ସହିବାର ବି ଗୋଟେ ସୀମା ଅଛି ନା .. କେଳେଙ୍କାରୀର ଖୋଲିଲା ଗୁମର । ଜଣେ କଲେଜ ନିର୍ଦ୍ଦେଶକ ହୋଇ ସ୍ତ୍ରୀକୁ ବାଡେଇ ଅନ୍ୟ ଯୁବତୀଙ୍କ ସହ କରୁଥିଲେ ରାସଲୀଳା । ତାହା ପୁଣି ପ୍ରଥମ ସ୍ତ୍ରୀ ଆଖି ସାମ୍ନାରେ । ଦର୍ଶକବନ୍ଧୁ ମୟୂରଭଞ୍ଜ ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ଦୁବୁଲାବିଡା ସ୍ଥିତ ଟେକ୍ନୋ ୱାର୍ଲଡ ଆବାସିକ ମହାବିଦ୍ୟାଳୟର ଏ ହେଉଛନ୍ତି ନିର୍ଦ୍ଦେଶକ ଉମାକାନ୍ତ ମହାନ୍ତ । ପ୍ରେମିକା ଜାଲରେ ପଡି ସ୍ତ୍ରୀକୁ ବାଡେଇଛନ୍ତି , ଗର୍ଭ ନଷ୍ଟ କରିଛନ୍ତି ଏବଂ ପ୍ରେମିକା ସହ ମିଶି ସ୍ତ୍ରୀକୁ ମାରିବାକୁ ଉଦ୍ୟମ ମଧ୍ୟ କରିଛନ୍ତି । ହେଲେ ହାର ମାନିନଥିଲେ ପ୍ରଥମ ସ୍ତ୍ରୀ । କାଲି ଯେତେବେଳେ ସ୍ୱାମୀ ଏବଂ ପ୍ରେମିକା କିରୋସିନି ଢାଳି ମାରିବାକୁ ଉଦ୍ୟମ କଲେ, କଥା ବାଜିଥିଲା ଗାଁ ଲୋକଙ୍କ କାନରେ । ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ପହଁଞ୍ଚିଥିଲା ପୋଲିସ ଟିମ୍ । ହେଲେ ସେମାନଙ୍କୁ ଗିରଫ କଲାବେଳେ ବି ନୟାନ୍ତ ହୋଇଥିଲା ପୋଲିସ ।

LEAVE A REPLY

Please enter your comment!
Please enter your name here