ଇଏ ହେଉଛନ୍ତି କନ୍ଧମାଳ ଦାରିଙ୍ଗବାଡି ବ୍ଲକ ତରବାଡି ଗାଁର ୪ ବର୍ଷୀୟା କୁନି ଝିଅ ବ୍ଲେସି ପ୍ରଧାନ । ବ୍ଲେସି ପିନ୍ଧିଛନ୍ତି ଶିଆଳି ପତ୍ରରେ ତିଆରି ହୋଇଥିବା ଏକ ଡ୍ରେସ । ଆଉ ମୁଣ୍ଡରେ ବାନ୍ଧିଛନ୍ତି ଜଙ୍ଗଲୀ ଫୁଲ । ହାତରେ କିଛି ଫଳ ଏବଂ ଫୁଲ ଧରିଛନ୍ତି । ଝିଅଟିର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଆଜି ବିଶ୍ୱ ପରିବେଶ ଦିବସ ଥିବାରୁ ଝିଅଟି ସଚେତନତାର ବାର୍ତ୍ତା ବାଣ୍ଟିଛି । ପ୍ରକୃତି ପ୍ରତି ତାର ଏ ଆକର୍ଷଣ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାକୁ ଖୋରାକ ଯୋଗାଇଛି ।

LEAVE A REPLY

Please enter your comment!
Please enter your name here