ହାଇଦର ଦେହରୁ ବାହାରିଲା ଚାରିଟା ଗୁଳି । ପେଟରୁ ଦିଇଟା, ଜଙ୍ଘରୁ ଦିଇଟା । ତେବେ ଏନକାଉଣ୍ଟରରେ ତିନୋଟି ଗୁଳି ମରାଯାଇଥିବା ବେଳେ ହାଇଦର ଦେହରେ ପୂର୍ବରୁ ଆଉ ଗୋଟିଏ ଗୁଳି ରହିଥିଲା ବୋଲି କୁହାଯାଇଛି । ହାଇଦରର ମୃତଦେହ ପୋଷ୍ଟମର୍ଟମ କରାଯିବା ପରେ ମୃତଦେହକୁ ହାଇଦରର ସ୍ତ୍ରୀ ଓ ବୋହୁଙ୍କୁ ହସ୍ତାନ୍ତର କରାଯାଇଛି । ହାଇଦରକୁ ପୋଲିସ ଜାଣିଶୁଣି ଗୁଳି କରି ମାରିଦେଇଥିବା ହାଇଦରର ସ୍ତ୍ରୀ ଓ ପୁଅ ଅଭିଯୋଗ କରିଛନ୍ତି । କଣ ପାଇଁ ହାଇଦରକୁ କଟକରୁ ସ୍ଥାନାନ୍ତର କରାଯାଉଥିଲା ବୋଲି ସେ ପ୍ରଶ୍ନ କରିଛି ।

ଅନ୍ୟପକ୍ଷରେ ହାଇଦରର ମୃତ୍ୟୁକୁ ନେଇ କେନ୍ଦ୍ରାପଡାରେ ପୋଲିସ ସତର୍କ ହୋଇଛି । କେନ୍ଦ୍ରାପଡାରେ ଆସନ୍ତା 30 ତାରିଖ ଯାଏ 144 ଧାରା ଜାରି କରାଯାଇଛି । କୌଣସି ସ୍ଥାନରେ ପାଞ୍ଚଜଣ ଲୋକ ଏକାଠି ହେବା ଉପରେ କଟକଣା ଜାରି କରାଯାଇଛି । ସକାଳ ସାତଟାରୁ ଦିନ 11ଟା ଯାଏଁ ପରିବା ଓ ସଉଦା ଦୋକାନ ଖୋଲା ରହିବ । ହୋଟେଲରୁ କେବଳ ପାର୍ସଲ ଅନୁମତି ଦିଆଯାଇଛି । ହାଇଦରର ଘର ଥିବା ରଣପଡା ଅଞ୍ଚଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here