ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ କାହିଁକି ହତ୍ୟା କଲା ଅଭିଯୁକ୍ତ ପ୍ରବୀଣ ଧରୁଆ । ୧୦୦ ଟଙ୍କା ପାଇଁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିବା ପରେ ଅଧିକ ଖୋଳତାଡ କରିଥିଲା ପୋଲିସ । ଆଉ ମାଛ ଚୋରୀ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡିଛି । ପ୍ରଫେସର ଧ୍ରୁବରାଜ ୩ ବର୍ଷ ତଳେ ଘର ପାଖରେ ଥିବା ନିଜ ପୋଖରୀକୁ ଲିଜ୍ ଆକାରରେ କାଙ୍କମାଲ ଗାଁର ଜଣେ ବ୍ୟକ୍ତିଙ୍କୁ ଦେଇଥିଲେ । ହେଲେ ପ୍ରବୀଣ ସହିତ କିଛି ବ୍ୟକ୍ତି ନିୟମିତ ସେ ପୋଖରୀରୁ ମାଛ ଚୋରୀ କରୁଥିଲେ । ଏଥିପାଇଁ ଲିଜ୍ ନେଇଥିବା ବ୍ୟକ୍ତି ଆଉ ପ୍ରବୀଣଙ୍କ ଭିତରେ କଥା କଟାକଟି ହୋଇଥିଲା । ୧୫ ଦିନ ଆଗରୁ ଲିଜ୍ ନେଇଥିବା ବ୍ୟକ୍ତି ପ୍ରବୀଣ ନାମରେ ଲଇକେରା ଥାନାରେ ଅଭିଯୋଗ କରିଥିଲେ । ପ୍ରବୀଣ ସହ ଅନ୍ୟ ଦୁଇ ଜଣ ଜେଲ୍ ଯାଇ ଜାମିନରେ ଫେରିଥିଲେ । ତେବେ ପ୍ରଫେସର ଧ୍ରୁବରାଜ୍ ଯୋଗୁଁ ସେମାନେ ଜେଲ ଯାଇଥିବା ଅଭିଯୋଗ କରି ତାଙ୍କ ଉପରେ ରାଗ ରଖିଥିଲେ । ସେ କାରଣରୁ ପ୍ରବୀଣ ଗତକାଲି ପଫ୍ରେସରଙ୍କ ଘରେ ପଶି ଗାଳି ଗୁଲଜ କରିବା ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା । ଧ୍ରୁବରାଜଙ୍କ ଭାଇ ଅର୍ଜୁନ ନାୟକ କାଲି କହିଥିଲେ ଯେ, ଦିନ ପ୍ରାୟ ସାଢେ ଏଗାରଟା ବେଳେ ଜଣେ ବ୍ୟକ୍ତି ହଠାତ ଘର ଭିତରକୁ ପଶି ଆସିଥିଲା । ସେତେବେଳେ ଘରେ କେବଳ ତାଙ୍କ ବୋହୁ ଓ ଝିଆରୀ ଥିଲେ । ଉକ୍ତ ବ୍ୟକ୍ତି ହାତରେ ଟାଙ୍ଗିଆ ଧରି ବେଡରୁମକୁ ପଶିଯାଇଥିଲା ଏବଂ ଶହେ ଟଙ୍କା ମାଗିଥିଲା । ତେବେ ଉକ୍ତ ବ୍ୟକ୍ତି ଘର ଭିତରେ ଥିବା ବେଳେ ପ୍ରଫେସର ଧ୍ରୁବରାଜ ଆସି ପହଞ୍ଚିଥିଲେ । ସେ ସଂପୃକ୍ତ ଯୁବକକୁ ଟାଙ୍ଗିଆ ଧରି ଘରେ କାହିଁକି ପଶିଛୁ, ବାହାର ବୋଲି କହିଥିଲେ । ଏଥିରେ ଉତକ୍ଷିପ୍ତ ହୋଉ ଉକ୍ତ ଯୁବକ ପ୍ରଫେସର ଧ୍ରୁବରାଜଙ୍କୁ ଟାଙ୍ଗିଆରେ ହାଣି ଦେଇଥିଲା ।

ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ଝାରସୁଗୁଡା ସ୍ଥିତ ଏକ ଘରୋଇ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ହସପିଟାଲରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା

LEAVE A REPLY

Please enter your comment!
Please enter your name here