ରାଜ୍ୟରେ ପଜିଟିଭ୍ ଯଦିଓ ସାମାନ୍ୟ କମୁଛି କିନ୍ତୁ କିନ୍ତୁ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଆଜି ରାଜ୍ୟରେ ୨୪ ଘଣ୍ଟାରେ ଆଖି ବୁଜିଛନ୍ତି ୩୭ ଜଣ କରୋନା ଆକ୍ରାନ୍ତ । ଅନୁଗୁଳରୁ ସର୍ବାଧିକ ୫ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଥିବାବେଳେ କଟକ ଓ କଳାହାଣ୍ଡିରୁ ୪ ଲେଖାଏଁ ମୃତ । ସେହିପରି ଝାରସୁଗୁଡା , ଖୋର୍ଦ୍ଧା, ନବରଙ୍ଗପୁର, ସୁନ୍ଦରଗଡରୁ ୩ ଲେଖାଏଁ କରୋନାରେ ଆଖି ବୁଜିଛନ୍ତି । କେନ୍ଦ୍ରାପଡା, ନୂଆପଡା, ରାୟଗଡା ସୁବର୍ଣ୍ଣପୁରରୁ ୨ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ବଲାଙ୍ଗିର, ଗଞ୍ଜାମ, ଗଜପତି, କୋରାପୁଟରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୭୯୧କୁ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here