ଜୁଲାଇ ୧୫ ତାରିଖରେ ଓଡିଶା ବନ୍ଦ । ବାମଦଳ ପକ୍ଷରୁ ଦିଆଯାଇଥିବା ଓଡିଶା ବନ୍ଦ ଡାକରାକୁ ସମର୍ଥନ କରିବ କଂଗ୍ରେସ । ସକାଳ ୬ଟାରୁ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟା ବନ୍ଦ ଡାକରା ଦିଆଯାଇଛି । କରୋନା ମହାମାରୀ ଯୋଗୁଁ ଲୋକଙ୍କ ଜୀବନ ଜିବିକା ଠପ୍ ହୋଇ ରହିଛି । ଏହି ପରିସ୍ଥିତିରେ ୧୦୦ ଟପିଲାଣି ପେଟ୍ରୋଲ ଏବଂ ଡିଜେଲ ଦର । ଏହାସହ ଅତ୍ୟାବଶ୍ୟକ ଦର ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାରଙ୍କର ଏଭଳି ଜନମାରଣା ନୀତି ବିରୋଧରେ ୪ଟି ବାମଦଳ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ କରିବେ ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।

LEAVE A REPLY

Please enter your comment!
Please enter your name here