ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । 33 ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସବସିଡ୍ ଦିଆଯିବ । ଅଣଜଳସେଚିତ ଜମି ପାଇଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ହେକ୍ଟର ପିଚ୍ଛା 6800 ଏବଂ ଜଳସେଚିତ ଜମି ପାଇଁ ହେକ୍ଟର ପିଚ୍ଛା 13500 ଟଙ୍କା ଦିଆଯିବ । ସେହିପରି ବାରମାସିଆ ଫସଲ ପାଇଁ ହେକ୍ଟର ପିଚ୍ଛା 18 ହଜାର ଟଙ୍କା ସହାୟତା ମିଳିବ । ଧାଡିବୁଣା କରୁଥିବା ଚାଷୀଙ୍କ ହେକ୍ଟର ପିଚ୍ଛା 15 ଶହ ଟଙ୍କା ମିଳିବ । ପମ୍ପସେଟ କିଣବାକୁ 15 ହଜାର ପର୍ଯ୍ୟନ୍ତ ରିହାତି ଦେବାକୁ ଘୋଷଣା କରାଯାଇଛି । ପାଓ୍ବାର ସ୍ପ୍ରେୟର ପାଇଁ 3800 ଏବଂ ହାତଚଲା ସ୍ପ୍ରେୟାର ପାଇଁ 750 ଟଙ୍କା ରିହାତି ଘୋଷଣା କରାଯାଇଛି । 33 ପ୍ରତିଶତରୁ ଅଧିକ କ୍ଷତିଗ୍ରସ୍ତ ଚାଷୀଙ୍କ ସ୍ବଲ୍ପମିଆଦୀ ଋଣକୁ ମଧ୍ୟମ ମିଆଦ କରିବାକୁ ସ୍ଥିର ହୋଇଛି । ଦୁଧିଆଳି ଗାଇ ଓ ମଇଁଷି ପାଇଁ 30 ହଜାର, ଗୋରୁ ଓ ବଳଦଙ୍କ ପାଇଁ 25 ହଜାର, ଛେଳି ଓ ମେଣ୍ଢାଙ୍କ ପାଇଁ 3 ହଜାର ଲେଖାଁଏ ସହାୟତା ଦେବାକୁ ପ୍ୟାକେଜରେ ଘୋଷଣା କରାଯାଇଛି । ବାତ୍ୟାରେ ଭାଙ୍ଗିଯାଇଥିବା ଗୁହାଳ ନିର୍ମାଣ ପାଇଁ 21 ଶହ ଟଙ୍କା, ପୁରା ଭାଙ୍ଗିଯାଇଥିବା ଡଙ୍ଗା ପାଇଁ 9600 ଏବଂ ଆଂଶିକ ଭାଙ୍ଗିଯାଇଥିବା ଡଙ୍ଗା ପାଇଁ 41 ଶହ ଟଙ୍କା ମିଳିବ । ବୁଣାକାରଙ୍କ ହସ୍ତଶିଳ୍ପ ଉପକରଣ ପାଇଁ 41 ଶହ ଏବଂ କଞ୍ଚାମାଲ କିଣିବା ପାଇଁ 41 ଶହ ଟଙ୍କା ପ୍ରଦାନ କରାଯିବ ।

LEAVE A REPLY

Please enter your comment!
Please enter your name here