ପିଲାଙ୍କ ଆଗରେ କେଉଁ ବାପା-ମାଙ୍କ ଦେହ ଖରାପ ହେଲେ କେତେ ଯେ ବ୍ୟସ୍ତ ଲାଗେ । ମନ ଅସ୍ଥିର ଲାଗେ । ଆଉ ଯଦି ଭେଣ୍ଡିଆ ପୁଅର ଆଖି ଆଗରେ ବାପା ଆଇସିୟୁକୁ ଚାଲିଯାଆନ୍ତି, ତେବେ ତାର ଅବସ୍ଥା ଯେ କଣ ହେଉଥିବ ତାହା କହିବା କଷ୍ଟକର । ଏକଥା ଆମେ ଆଜି ଏଥିପାଇଁ କହୁଛୁ ଯେ, କାର୍ଯ୍ୟରତ ସାମ୍ବାଦିକ ସତ୍ୟଜିତ ସାହୁଙ୍କ ବାପା ରାମଚନ୍ଦ୍ର ସାହୁ ୫୦ ଦିନ ହେବ କଟକର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେ ଦୂର୍ଘଟଣା ଯୋଗୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଜୀବନ ସହ ସଂଗ୍ରାମ କରୁଛନ୍ତି ରାମଚନ୍ଦ୍ର । ତାଙ୍କ ସ୍ୱାସ୍ଥ୍ୟଅବସ୍ଥା ଏବେ ସ୍ଥିର ନଥିବାରୁ ତାଙ୍କୁ ଆଇସିୟୁ ଭେଣ୍ଟିଲେଟରରେ ରଖାଯାଇଛି । ସତ୍ୟଜିତ୍ ଜଣେ ଉଦୀୟମାନ ସାମ୍ବାଦିକ ଏବଂ ତାଙ୍କର ଏହି ବିପଦ ସମୟରେ ଅର୍ଥର ନିହାତି ଆବଶ୍ୟକ ରହିଛି । କିଛି ଟଙ୍କା ଧାର କରଜ କରି ସେ ଯୋଗାଡ କରିଥିଲେ ମଧ୍ୟ ବାପାଙ୍କୁ ବଞ୍ଚାଇବା ପାଇଁ ତାଙ୍କୁ ଆହୁରି ୧୦ ଲକ୍ଷ ଟଙ୍କା ଦରକାର । କେଉଁଠୁ ଆଣିବେ ଏତେ ଟଙ୍କା । ସତ୍ୟଙ୍କ ପାଇଁ ଏବେ ଏହା ବଡ ସମସ୍ୟା । ସେପଟେ ବାପାଙ୍କର ଏମିତି ଅବସ୍ଥା ଦେଖି ଧୈର୍ଯ୍ୟହରା ହୋଇପଡିଛନ୍ତି ସତ୍ୟ । ସାଙ୍ଗ ସାଥୀଙ୍କୁ ଆକୁଳ ନିବେଦନ କରିଛନ୍ତି କିଛି ଟଙ୍କା ଯୋଗାଡ ପାଇଁ । ଆପଣମାନେ ଯଦି ସହଯୋଗର ହାତ ବଢାନ୍ତେ ତେବେ ଗୋଟେ ପୁଅର ମୁହଁରେ ହସ ଫୁଟନ୍ତା । ଏହି ନମ୍ବରରେ Directly Google Pay / PhonePe On My Number : 7978515397 (Satyajeet Sahoo) କିଛି ନା କିଛି ଟଙ୍କା ଦେଇ ଜଣଙ୍କ ମୂଲ୍ୟବାନ ଜୀବନ ବଞ୍ଚାଇବା ।

LEAVE A REPLY

Please enter your comment!
Please enter your name here