ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ । ସୁନ୍ଦରଗଡ କୋଇଡା ହାଟରେ ପରିବା ବିକି ବଡବିଲ ଫେରୁଥିବା ବେଳେ ଏହି ମହିଳାଙ୍କୁ ତିନିଜଣ ଯୁବକ ବଡବିଲ ଗୁରୁଦ୍ବାର ଛକରୁ ଅପହରଣ କରିନେଇଥିଲେ । ତିନିଦିନ ପର୍ଯ୍ୟନ୍ତ ମହିଳାଙ୍କୁ କାଜୁଜଙ୍ଗଲରେ ରଖି ଦୁଷ୍କର୍ମ କରିଥିଲେ । ଏପରକିି ତାଙ୍କ ପାଖରେ ଥିବା 13 ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ । କୌଶଳକ୍ରମେ ସେ ଅପହରଣକାରୀଙ୍କ କବଳରୁ ଖସି ଆସିଥିଲେ ଏବଂ ବଡବିଲ ଥାନାରେ ଏତଲା ଦେଇଥିଲେ । ପୋଲିସ ତିନିଜଣ ଯୁବକଙ୍କୁ ଗିରଫ କରିଛି । ତେବେ ସେମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here