ଜଗତସିଂହପୁର : ନାଉଗାଁ ଥାନା ଅନ୍ତର୍ଗତ ଦେବୀଦୋଳ ଠାରେ ବିବାଦୀୟ ଜାଗାର ଦଖଲକାରୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ବୋଲଡୋଜର ଲଗାଇ ମାଟିରେ ମିଶାଇଦେଲେ ଦଖଲକାରୀଙ୍କ ଘର । ସୂଚନା ମୁତାବକ ଦେବୀଦୋଳ ଗ୍ରାମର ଲୋକନାଥ ପାଢ଼ୀ ନିଜ ଅସୁବିଧା ସମୟରେ ସେହି ଗ୍ରାମର ବଟକୃଷ୍ଣ ପାଢ଼ୀଙ୍କ ଠାରୁ ୧୯୮୦ ମସିହାରେ ୧୪୦୦ଟଙ୍କା ଧାର ନେଇ ପ୍ରତିବଦଳରେ ଏକ ଜାଗା ଏଗ୍ରିମେଣ୍ଟ କରାଇଥିଲେ । ଏଗ୍ରିମେଣ୍ଟ ଅନୁଯାୟୀ ବଟକୃଷ୍ଣ ଏହି ଜାଗାକୁ ଦଖଲ କରି ସେଠାରେ ଦୋକାନ ଘର ତିଆରି କରି ବ୍ୟବସାୟ କରୁଥିଲେ । ତେବେ ଦୀର୍ଘ ୪୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଦଖଲରେ ରହିଥିବା ବଟକୃଷ୍ଣ ଲକଡାଉନ ସମୟରେ ବାହାରେ ରହିଥିବା ସମୟରେ ଲୋକନାଥଙ୍କ ପରିବାର ଲୋକେ ବୋଲଡୋଜର ସହାୟତାରେ ବଟକୃଷ୍ଣଙ୍କ ଘରକୁ ରାତାରାତି ମାଟିରେ ମିଶାଇ ଦେଇଥିବା ଅଭିଯୋଗ ହୋଇଛି । ଅନ୍ୟ ଉପାୟ ନ ପାଇ ବଟକୃଷ୍ଣ ନାଉଗାଁ ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ ନାଉଗାଁ ଥାନା ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବାପରେ ବଟକୃଷ୍ଣ ଜଗତସିଂହପୁର ଏସପିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । କିନ୍ତୁ ଘଟଣାକୁ ଏକ ମାସରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବା କଥା କହିଛନ୍ତି ବଟକୃଷ୍ଣ । ତେବେ ବଟକୃଷ୍ଣଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ କରାଯିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । (ରିପୋର୍ଟ : ତାରାପଦ ମହାନ୍ତି)

LEAVE A REPLY

Please enter your comment!
Please enter your name here