ଇଣ୍ଟରନେଟରେ ଭାଇରାଲ ହେଉଛି ମହେନ୍ଦ୍ର ସିଂ ଧୋନୀଙ୍କ ନୂଆ ଲୁକ୍ । ଏହି ଫଟୋରେ ମାହି ଏକ ନୂଆ ହେୟାର ଷ୍ଟାଇଲରେ ନଜର ଆସିଛନ୍ତି । ସେଲିବ୍ରିଟି ହେୟାର ଷ୍ଟାଇଲିସ୍ ଆଲିମ ହାକିମ ଏକ ପୋଷ୍ଟ ସେୟାର କରିବା ପରେ ଧୋନିଙ୍କ ନୂଆ ଲୁକ୍ ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଟ୍ୱିଟରରେ ଫଟୋ ସେୟାର କରି ହାକିମ କହିଛନ୍ତି ଯେ ଜଣେ ଲିଜେଣ୍ଡଙ୍କୁ ନୂଆ ରୂପ ଦେବାରେ ମଜା ଆସିଗଲା । ମହେନ୍ଦ୍ର ସିଂ ଧୋନୀଙ୍କ ହେୟାର ଷ୍ଟାଇଲ ଓ ଦାଢୀରେ ନୂଆ ଲୁକ୍ ଦେବା ତାଙ୍କ ପାଇଁ ବହୁଚ ମଜାଦାର ଥିଲା ।
ଏହି ଟୁଇଟ୍ କୁ ବର୍ତ୍ତମାନ ପର‌୍ୟ୍ୟନ୍ତ ୮ ହଜାରରୁ ଅଧିକ ଲାଇକ୍ ମିଳି ସାରିଛି । ତେବେ ମାହିଙ୍କ ନୂଆ ଲୁକ୍ ଦେଖିବା ପରେ ତାଙ୍କ ଫ୍ୟାନ୍ସମାନେ ସୋସିଆଲ ମିଡିଆରେ ନିଜର ପ୍ରତିକ୍ରିୟା ରଖିବା ସହ ତାଙ୍କ ନୂଆ ହେୟାର ଷ୍ଟାଇଲକୁ ଖୁବ୍ ପ୍ରଶଂସା କରିଛନ୍ତି । ଜଣେ ଫ୍ୟାନ୍ସ କମେଣ୍ଟରେ ଲେଖିଛନ୍ତି ଯେ ନୂଆ ହେୟାର ଷ୍ଟାଇଲରେ ଧୋନୀ ବହୁତ କମ୍ ବୟସର ଲାଗୁଛନ୍ତି । ସେହିଭଳି ଆଉ ଜଣେ ଫ୍ୟାନ୍ସ ଲେଖିଛନ୍ତି ଧୋନୀ ଏହି ହେୟାର ଷ୍ଟାଇଲରେ ୨୦ ବର୍ଷର ଯୁବକ ଭଳି ଲାଗୁଛନ୍ତି ।

LEAVE A REPLY

Please enter your comment!
Please enter your name here