କେନ୍ଦ୍ର ସରକାରଙ୍କ ତରଫରୁ ମେଡିକାଲ ପାଠ ପଢିବାକୁ ଚାହୁଁଥିବା ଛାତ୍ର ଛାତ୍ରୀ ମାନଙ୍କ ପାଇଁ ବଡ ଘୋଷଣା କରାଯାଇଛି । ଏଥିରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ର ଛାତ୍ର ଛାତ୍ରୀମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ଘୋଷଣା କରାଯାଇଛି । ଏଥିରେ ଅଣ୍ଡର ଗ୍ରାଜୁଏଟ ଓ ପୋଷ୍ଟ ଗ୍ରାଜୁଏଟ ମେଡିକାଲ/ଡେଣ୍ଟାଲ କୋର୍ସ (ଏମବିବିଏସ୍, ଏମଡି,ଏମଏସ୍,ଡିପ୍ଲୋମା, ବିଡିଏସ, ଏମଡିଏସ) କୋର୍ସ ପାଇଁ ଓବିସି ଶ୍ରେଣୀଭୂକ୍ତ ଛାତ୍ର ଛାତ୍ରୀମାନଙ୍କୁ ୨୭ ପ୍ରତିଶତ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲ୍ୟୁଏସ) ଛାତ୍ର ଛାତ୍ରୀ ମାନଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ମଳିବ । ଏହି ସୁବିଧା ଅଲ ଇଣ୍ଡିଆ କୋଟା ସ୍କିମ(ଏଆଇକ୍ୟୁ) ଆଧାରରେ ମିଳିବ ଓ ଏହା ୨୦୨୧-୨୨ ଶିକ୍ଷାବର୍ଷରୁ ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ସୂଚନା ମୁତାବକ ଏହି ଯୋଜନା ମାଧ୍ୟମରେ ୫,୫୫୦ ଜଣ ଛାତ୍ର ଛାତ୍ରୀ ଉପକୃତ ହେବେ ।

LEAVE A REPLY

Please enter your comment!
Please enter your name here