ଆଉ ରାସ୍ତାରେ ଭିକାରୀ ବୁଲିବେନି କି ଭିକ ମାଗିବେନି । ଭୁବନେଶ୍ୱରକୁ ଭିକାରୀମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖିଛି ବିଏମସି । ଏଥିପାଇଁ ଏକ ବିରାଟ ଅଭିଯାନ ଆରମ୍ଭ କରାଯାଇଛି । ବିଏମସି, କମିଶନରେଟ ପୋଲିସ ଓ ୩ ସ୍ୱେଚ୍ଛାସେବୀ ସଙ୍ଗଠନ ତରଫରୁ ଏଥିପାଇଁ ଅଭିଯାନ କରାଯାଇଛି । ରାଜଧାନୀର ସବୁ ଗଳି କନ୍ଦିରୁ ଭିକାରୀମାନଙ୍କୁ ଉଦ୍ଧାର କରି ବିଭିନ୍ନ ଥଇଥାନ କେନ୍ଦ୍ରରେ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଆଗରୁ ମଧ୍ୟ ଏହି ଅଭିଯାନ କରି ୨୦୦ ଭିକାରୀକୁ ଉଦ୍ଧାର କରିଥିଲା ବିଏମସି । ଏବେ ଜନପଥ , ୟୁନିଟ-୧, ୨, ଲିଙ୍ଗରାଜ ମନ୍ଦିର ଅଞ୍ଚଳରୁ ଭିକାରୀଙ୍କୁ ଉଦ୍ଧାର କରାଯିବ । ଏହି ଅଭିଯାନ ଦିନକୁ ୩ ଘଣ୍ଟା ଧରି ଚାଲିବ ।

LEAVE A REPLY

Please enter your comment!
Please enter your name here