ଗତକାଲି ବିଳମ୍ବିତ ରାତିରେ ସୋସୋ ଥାନା ଅଧିନସ୍ଥ ମରେଇଗାଁ ପଂଚାୟତ ଖାପରଖାଇ ଗ୍ରାମରେ ଏକ ବଡ ଧରଣର ଲୂଟ ହୋଇଯାଇଛି। ଗ୍ରାମର ଗୌରା ଗାହାଣ ଓ ତାଙ୍କ ପୁଅ ମାନସ ମରେଇଗାଁ ବଜାରରେ ଥିବା ତାଙ୍କ ଦୋକାନକୁ ଯାଇଥିବା ବେଳେ ଘରେ ଦୁଇ ଝିଅ ଓ ସ୍ତ୍ରୀ ଥିଲେ। ସ୍ୱାମୀ ଓ ପୁଅ ଫେରିବାକୁ ଅପେକ୍ଷା କରି ସେମାନେ ଶୋଇପଡ଼ିଥିଲେ। କିନ୍ତୁ ଘରର କବାଟ କିଲି ନଥିଲେ। ଏହାର ସୁଯୋଗ ନେଇ ତିନିଜଣ ଦୁର୍ବୁତ୍ତ ତାଙ୍କ ଘରେ ପଶି ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ଦୁଇଟି ଦାମୀ ମୋବାଇଲ ଏବଂ ନଗଦ ୨୦ହଜାର ଟଙ୍କା ଲୁଟିନେଇଥିଲେ। ଏହି ସମୟରେ ତାଙ୍କ ଝିଅ ଉଠିପଡିବାରୁ ସେମାନେ ତାଙ୍କ ଝିଅକୁ ଛୁରୀରେ ଆଘାତ କରିଥିଲେ । ତାଙ୍କ ମା ଉଠି ସବୁ ନିଅ ମୋବାଇଲ ଦୁଇଟି ଦେଇଦିଅ ବୋଲି କାକୁତି ମିନତୀ ହୋଇଥିଲେ ମଧ୍ୟ ସେମାନେ ଶୁଣି ନଥିଲେ। ଏନେଇ ଆଜି ସୋସୋ ଥାନାରେ ଅଭିଯୋଗ ହେବା ପରେ ପୁଲିସ ପହଂଚି ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here