ଦିନକ ପରେ ସାବିିତ୍ରୀ ବ୍ରତ । ଲକଡାଉନ ଥିବାରୁ ଶାଢୀ ଦୋକାନରେ ଶଟର । କା,ଭାଁ ଫଳ ଦୋକାନ ଖୋଲା ରହୁଛି । କିନ୍ତୁ କରୋନା କଟକଣା ପାଇଁ ଦିନ ୧୧ଟାରେ ବନ୍ଦ ହେଉଛି ସବୁ ଦୋକାନ । ଦୋକାନ ଭିଡ ରହୁଥିବାରୁ କିଛି ଲୋକ ଫଳ ବି କିଣିବାକୁ ଆସୁନାହାଁନ୍ତି । ତେବେ ଅନଲାଇନରେ କିଭଳି ଲୋକେ ସାବିତ୍ରୀ ଭାର କିଣି ପାରିବେ ସେଥିପାଇଁ ଭୁବନେଶ୍ୱର ଖଣ୍ଡଗିରୀ ସ୍ଥିତ ଜଗମୋହନ ଅଞ୍ଚଳର ମୋ ଭାଇ ଡଟ୍ କମ ନାରେ ଏକ ସଂସ୍ଥା ଏହି ସେବା ଯୋଗାଉଛି । ଅନଲାଇନରେ ଅର୍ଡର କରିବା ପରେ ଶଙ୍ଖା , ସିନ୍ଦୁର, ପୂଜା ବହିଠୁ ଆରମ୍ଭ କରି ୬ ପ୍ରକାର ଫଳ ସହ ପୁରା ପ୍ୟାକେଟ ୫୦୦ ଟଙ୍କାରେ ମିଳୁଛି । ୱେବସାଇଟ ମାଧ୍ୟମରେ ଜିନିଷ ଅର୍ଡର କରିବାର ୨୪ ଘଣ୍ଟାରେ ପୂଜା ସାମଗ୍ରୀ ଘରେ ପହଞ୍ଚାଯିବ । ଚଳିତବର୍ଷ ସାବିତ୍ରୀ ଵ୍ରତ ପାଇଁ ଦୁଇଟି ପୁଟୁଳି ବ୍ୟବସ୍ଥା କରିଛନ୍ତି । ଯାହାର ଦର ରହିଛି ୫୦୦ ରୁ ୧୦୦୦ ଟଙ୍କା।
୫୦୦ ଟଙ୍କିଆ ପୁଟୁଳିରେ ୫ ପ୍ରକାରର ଫଳ ଯଥା- ଆମ୍ବ ୧ କେଜି, ଅଙ୍ଗୁର ଅଧ କେଜି, ନଡ଼ିଆ ୧ଟା, ସେଓ ଅଧ କେଜି, କଦଳୀ ୬ଟି, ଖଜରା, ସପୁରୀ, ସାଗୁ ଓ ମିଶ୍ରି ଅଧ କେଜି ଘରେ ଯୋଗାଇ ଦିଆଯିବ । ଏହା ସହ ସାବିତ୍ରୀ ବ୍ରତ ପାଇଁ ଦର୍ପଣ, ସିନ୍ଦୁର, ଅଳତା, ବିନ୍ଦି, ଶଙ୍ଖା, ସାବିତ୍ରୀ ବହି ଇତ୍ୟାଦି ରହିଛି। ସେହିପରି ୧୦୦୦ ଟଙ୍କିଆ ପୁଟୁଳିରେ ୭ଟି ଭେରାଇଟିର ଫଳ ଯଥା- ଆମ୍ବ ୨ କେଜି, ଅଙ୍ଗୁର, କମଳା, ବେଦନା ଅଧ କେଜି, ନଡ଼ିଆ ୧ଟା, ସେଓ ଅଧ କେଜି, କଦଳୀ ୬ଟି, ଖଜରା, ସପୁରୀ, ସାଗୁ ଓ ମିଶ୍ରି ଅଧ କେଜି ଏହାସହ ସାବିତ୍ରୀ ବ୍ରତ, ଦର୍ପଣ, ସିନ୍ଦୁର, ଅଳତା, ବିନ୍ଦି, ଶଙ୍ଖା, ସାବିତ୍ରୀ ବହି ରହିଛି।
ଆସନ୍ତା ୮ ତାରିଖ ଅର୍ଡରର ଶେଷ ଦିନ । ଅର୍ଡର କରିବା ପାଇଁ ୯୧୭୮୪୫୪୪୪୪ ନମ୍ବର ଅଥବା ‘http://www.m ବର୍ତ୍ତମାନ ଭୁବନେଶ୍ୱର,କଟକ, ବାଲେଶ୍ୱରରେ ଏହି ସେବା ଦିଆଯାଉଛି ।

LEAVE A REPLY

Please enter your comment!
Please enter your name here