ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା କରୋନା ସଙ୍କ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଅଧିକ ସଙ୍କ୍ରମିତ ରାଜଧାନୀରୁ ଚିହ୍ନଟ ହେଉଥିବାରୁ ଏଥିରେ କେମିତି ରୋକ୍ ଲାଗିବ ସେନେଇ ସରକାର କଟକଣା ଜାରି କରିଛନ୍ତି । ତାଲାବନ୍ଦ ବି ମାସେ ହେବ ଜାରି ରହିଛି । କିନ୍ତୁ କିଛି ଅମାନିଆ କଟକଣାକୁ ନମାନି ଦୋକାନ ଖୋଲୁଥିବାରୁ ପୋଲିସ ଚଢାଉ କରି ସିଲ୍ କରିବାକୁ ବାଧ୍ୟ ହେଉଛି । ସିଲ୍ ହୋଇଛି ମନୋଜ ଦ ନନଭେଜ୍ ୱାଲର୍ଡ । ପଟିଆ ସ୍ଥିତ ଦ ନନଭେଜ୍ ୱାଲର୍ଡ ଦୋକାନ ଉଭୟ ଅନଲାଇନ୍ ଓ ଅଫଲାଇନରେ ବିକ୍ରୀ କରୁଥିଲା । ତେବେ କୋଭିଡ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ବିଏମସି ସିଲ୍ କରିଛି । ନିୟମ ଉଲ୍ଲଙ୍ଘନ କରିଥିବା ୩ ଜଣ କର୍ମଚାରୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଅନିର୍ଦ୍ଦିଷ୍ଟ କାଳ ଯାଏ ବିଏମସି ଏହି ଦୋକାନଟିକୁ ସିଲ୍ କରିଛି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ଯାଏ ଦୋକାନଟି ବନ୍ଦ ରହିବା ନେଇ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here